fbpx

କିଏ ହେବେ ଦେଶର ପରବର୍ତୀ ସିବିଆଇ ନିର୍ଦ୍ଦେଶକ ? ଆଜି ବାଜିବ ମୋହର

ନୂଆଦିଲ୍ଲୀ : ଦେଶକୁ ଖୁବ୍ ଶୀଘ୍ର ମିଳିବ ନୂତନ ସିବିଆଇ ମୁଖ୍ୟ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ କମିଟିଙ୍କ ବୈଠକ ସୋମବାର ବସିବାକୁ ଯାଉଛି । ବୈଠକରେ ସିବିଆଇର ନୂତନ ନିର୍ଦ୍ଦେଶକଙ୍କ ଉପରେ ମୋହର ବାଜିପାରେ । ପ୍ରଧାନମନ୍ତ୍ରୀଙ୍କ ବ୍ୟତୀତ ଏହି କମିଟିରେ ଅଛନ୍ତି ଦେଶର ପ୍ରଧାନ ବିଚାରପତି ଏନଭି ରମଣା ଓ ବିରୋଧୀ ଦଳ ନେତା ଅଧୀର ରଞ୍ଜନ ଚୌଧୁରୀ । ବୈଠକ ଆଜି ସନ୍ଧ୍ୟା ୭ଟାରେ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ହେବ ।

ଖବର ଅନୁଯାୟୀ, ୧୯୮୪-୧୯୮୫ ଓ ୧୯୮୬ ବ୍ୟାଚର ଆଇପିଏସ ଅଧିକାରୀଙ୍କ ନାମ ଉପରେ ବିଚାର କରାଯାଇପାରେ । ହେଲେ ରାକେଶ ଆସ୍ଥାନା, ୱାଇସି ମୋଦୀ ଓ ସୁବୋଧ ଜୟସୱାଲ ସିବିଆଇ ମୁଖ୍ୟ ଦୌଡରେ ଆଗରେ ଅଛନ୍ତି । ୧୯୮୫ ରୁ ୧୯୮୬ ବ୍ୟାଚର ମୋଟ୍ ୧୦୦ ଆଇପିଏସ ଅଧିକାରୀଙ୍କ ନାଁ ଉପରେ ବିଚାର କରିବ ଏହି କମଟି ।

ନିୟମ ଅନୁଯାୟୀ, ବରିଷ୍ଠତା, ଦୁର୍ନୀତି ବିରୋଧୀ ମାମଲାରେ ଯାଂଚରେ ଅନୁଭବ ଓ ସତ୍ୟନିଷ୍ଠା ଆଧାରରେ କମିଟି ସିବିଆଇର ପରବର୍ତୀ ନିର୍ଦ୍ଦେଶକଙ୍କ ଚୟନ କରିବେ । ସିବିଆଇ ନିର୍ଦ୍ଦେଶକ ଭାବେ ଅଧିକାରୀଙ୍କ କାର୍ଯ୍ୟକାଳ ଦୁଇ ବର୍ଷରୁ ଅଧିକ ରହିବ । ଦୁଇ ବର୍ଷ ପୂରଣ ହେବା ପରେ ଚଳିତ ବର୍ଷ ଫେବୃଆରୀରେ ଆରକେ ଶୁକ୍ଳା ସିବିଆଇ ନିର୍ଦ୍ଦେଶକ ପଦରୁ ଅବସର ନେଇଥିଲେ । ବର୍ତମାନ ସିବିଆଇର ଅତିରିକ୍ତ ନିର୍ଦ୍ଦେଶକ ପ୍ରବୀଣ ସିହ୍ନା ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି ।

Get real time updates directly on you device, subscribe now.