fbpx

ଭୋଜି ସମୟରେ ମାଡିଗଲା କାର୍; ୧୮ ଜଣ ଗୁରୁତ

ନୂଆଦିଲ୍ଲୀ: ରାଜ୍ୟ ତଥା ଦେଶରେ ଦିନକୁ ଦିନ ସଡକ ଦୁର୍ଘଟଣା ବଢିବାର ଲାଗିଛି । ଫଳରେ ଅନେକ ଲୋକଙ୍କ ଜୀବନ ଯାଉଥିବା ବେଳେ ବହୁତ ଲୋକ ଗୁରୁତର ଆହତ ମଧ୍ୟ ହେଉଛନ୍ତି । ତେବେ ନିକଟରେ ଏହିପରି ଅନେକ ଘଟଣା ଦେଖିବାକୁ ମିଳିଥିବା ବେଳେ ବର୍ତ୍ତମାନ ବିହାରରୁ ସେହିଭଳି ଏକ ମାମଲା ସାମ୍ନାକୁ ଆସିଛି । ଯାହାକି ସେଠାକାର ଲୋକଙ୍କ ମନରେ ଭୟ ସୃଷ୍ଟି କରିଛି ।

ମିଳିଥିବା ସୂଚନା ଅନୁଯାୟୀ ବିହାର ଶାରଣ ଜିଲ୍ଲାର ଦାୱତରେ ଏକ ଅଭାବନୀୟ ଘଟଣା ଘଟିଛି । ସେଠାରେ ଭୋଜି ଚାଲିଥିବା ବେଳେ ଏକ କାର ହଠାତ୍ ମାଡିଯାଇଛି । ଫଳରେ ୧୮ ଜଣ ଗୁରୁତର ଆହତ ହୋଇଛନ୍ତି । ତେବେ ସମସ୍ତ ଆହତଙ୍କୁ ନିକଟସ୍ଥ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣାର ଶିକାର ହୋଇଥିବା ବ୍ୟକ୍ତିମାନେ ଦଶାହ କାର୍ଯ୍ୟରେ ଯାଇଥିବା ଜଣା ପଡିଛି । ତେବେ ଦୁର୍ଘଟଣା ଘଟାଇଥିବା କାର ଟି ପ୍ରଥମେ ଦ୍ରୁତ ଗତିରେ ଏକ ଦୋକାନକୁ ଭାଙ୍ଗି ଥିଲା ପରେ ଅନ୍ୟ ୧୮ ଜଣଙ୍କୁ ମଧ୍ୟ ଧକ୍କା ଦେଇଥିଲା ।

ତେବେ ଏହି ଘଟଣାର ଖବର ପାଇ ନିକଟସ୍ଥ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଆହତଙ୍କୁ ଉଦ୍ଧାର କରିଛନ୍ତି । ଏଥିସହିତ ଏହି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ତେବେ ଏହି କାରଟି କାହାର ଏବଂ ଏହାକୁ କିଏ ଚଳାଉଥିଲା । ଏନେଇ ପୋଲିସର ଅଧିକ ଛାନବିନ୍ ଆରମ୍ଭ କରିଛି ।

Get real time updates directly on you device, subscribe now.