fbpx

(Video) ମୁଁ ଯେଉଁଠାରେ ଜନ୍ମ ହୋଇଥିଲି, ସେଠାରେ ୩ ଲୋକଙ୍କୁ ଲୋକମାନେ ଭଗବାନ୍ ଭାବୁଥିଲେ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ: ସମ୍ବିଧାନ ଦିବସ ସମାରୋହରେ ଭାଷଣ ଦେଉଥିବା ବେଳେ ଏକ ବଡ଼ କଥା କହିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ଶନିବାର ଦିନ କହିଛନ୍ତି ଯେ, ‘ବିଧାନସଭା, କାର୍ଯ୍ୟନିର୍ବାହୀ ଏବଂ ନ୍ୟାୟପାଳିକା ଦେଶ ତଥା ଦେଶବାସୀଙ୍କ ପାଇଁ ‘ସମାନ ମନୋଭାବ’ ରଖିିବା ଆବଶ୍ୟକ ।’ ରାଷ୍ଟ୍ରପତି ଏହା ସହ କହିଛନ୍ତି ଯେ, ‘ମୁଁ ବହୁତ ଛୋଟ ଗାଁରୁ ଆସିଛି । ଯେଉଁଠାରେ ମୁଁ ଜନ୍ମ ହୋଇଥିଲି, ସେଠାରେ ଲୋକମାନେ ତିନି ଜଣଙ୍କୁ ଭଗବାନ ବୋଲି ମାନୁଥିଲେ । ସେମାନେ ହେଉଛନ୍ତି- ଶିକ୍ଷକ, ଡାକ୍ତର ଏବଂ ଆଇନଜୀବୀ । ଲୋକମାନେ ନିଜ ପରିବାର ସଦସ୍ୟଙ୍କୁ ଜେଲରୁ ମୁକ୍ତ କରିପାରୁ ନଥିଲେ, କାରଣ ସେମାନଙ୍କୁ ଲାଗୁଥିଲା କି ଏଥିପାଇଁ ତାଙ୍କୁ ନିଜର ସମ୍ପତ୍ତି ଓ ଘର, ବାସନ ବିକ୍ରି କରିବାକୁ ପଡ଼ିବ ।’

ସୁପ୍ରିମକୋର୍ଟ ଦ୍ୱାରା ସମ୍ବିଧାନ ଦିବସ ଉପରେ ଆୟୋଜିତ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ମୁର୍ମୁ ଜେଲରେ ଥିବା କଏଦୀଙ୍କ ସଂଖ୍ୟା ହ୍ରାସ କରିବାକୁ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି , ‘କୁହାଯାଉଛି ଯେ ଜେଲରେ ଥିବା କଏଦୀଙ୍କ ଭିଡ ବଢ଼ୁୁଛି ଏବଂ ଅଧିକ ଜେଲ ସ୍ଥାପନ କରିବାର ଆବଶ୍ୟକତା ରହିଛି । କ’ଣ ଆମେ ବିକାଶ ଆଗକୁ ବଢ଼ୁଛି? ଆଉ ଜେଲ ତିଆରି କରିବା କ’ଣ ପାଇଁ ଆବଶ୍ୟକ ? ଆମକୁ ସେମାନଙ୍କ ସଂଖ୍ୟା କମ୍ କରିବା ଆବଶ୍ୟକ ।

ଜେଲରେ ବନ୍ଦୀ ଥିବା ସେହି ଗରିବ ଲୋକଙ୍କ ପାଇଁ କିଛି କରିବା ଆବଶ୍ୟକ ବୋଲି ମୁର୍ମୁ କହିଛନ୍ତି । ସେ କହିଛନ୍ତି ଯେ, ‘ଆପଣମାନଙ୍କୁ ସେମାନଙ୍କ ପାଇଁ କିଛି କରିବା ଆବଶ୍ୟକ । ଜେଲରେ ରହୁଥିବା ଲୋକମାନେ କିଏ ?ସେମାନେ ମୌଳିକ ଅଧିକାର, ପ୍ରାଥମିକତା କିମ୍ବା ମୌଳିକ କର୍ତ୍ତବ୍ୟ ବିଷୟରେ ଜାଣନ୍ତି ନାହିଁ ।’ ଦେଶର ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ ଓ କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରୀ କିରେନ ରିଜିଜୁ ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।

Get real time updates directly on you device, subscribe now.