fbpx

ଏହି ରାଜ୍ୟରୁ ଆସିଛି ରାମ ମନ୍ଦିର ପାଇଁ ସର୍ବାଧିକ ଚାନ୍ଦା, କେନ୍ଦ୍ର ମନ୍ତ୍ରୀ ଦେଲେ ସୂଚନା

ଅହମଦାବାଦ୍: ରାମ ମନ୍ଦିର ନିର୍ମାଣ ପାଇଁ ସର୍ବାଧିକ ଆର୍ଥିକ ସହଯୋଗ ରାଜସ୍ଥାନରୁ ଆସିଛି । କେନ୍ଦ୍ର କୃଷି ରାଜ୍ୟ ମନ୍ତ୍ରୀ କୈଳାସ ଚୌଧୁରୀ ଏନେଇ ସୂଚନା ଦେଇଛନ୍ତି । ଅହମଦାବାଦ୍ ରେ ରାଜସ୍ଥାନ-ଗୁଜୁରାଟ ମନ୍ତ୍ରୀ ସଂଘ କାର୍ଯ୍ୟକ୍ରମ କୁ କେନ୍ଦ୍ର ମନ୍ତ୍ରୀ ସମ୍ବୋଧିତ କରି କୈଳାସ ଚୌଧୁରୀ କହିଛନ୍ତି ଯେ, ରାମ ମନ୍ଦିର ନିର୍ମାଣ ପାଇଁ ଏବେ ସୁଦ୍ଧା ଚାନ୍ଦା ଆକାରରେ ସବୁଠାରୁ ଅଧିକ ରାଶି ରାଜସ୍ଥାନରୁ ଆସିଛି । ସେ କହିଛନ୍ତି ଯେ, ମାରୱାଡ଼ି ସମାଜ ହେଉଛି ବିଭିନ୍ନ ପ୍ରକାର ସାମାଜିକ କାର୍ଯ୍ୟକ୍ରମ ମାନଙ୍କରେ ଭାଗ ନେଉଥିବା ସମାଜ । ତେଣୁ ମନ୍ଦିର ତିଆରି କରିବାରେ ଏହାର ସବୁଠାରୁ ବଡ଼ ଯୋଗଦାନ ରହିଛି ।

Get real time updates directly on you device, subscribe now.