fbpx

ହାତ ହାତେଇବ ହିମାଚଳ! ପ୍ରଦେଶରେ ପ୍ରଦେଶ ଗଢ଼ିବା ପାଇଁ ପ୍ରଦେଶ ଦେଉଛି ଟକ୍କର

ନୂଆଦିଲ୍ଲୀ: ଆଜି ହିମାଚଳପ୍ରଦେଶର ନିର୍ବାଚନୀ ଫଳ ପ୍ରକାଶ ପାଇବାକୁ ଯାଉଛି । ବର୍ତ୍ତମାନର ସ୍ଥିତି ଅନୁସାରେ ଏହି ଫାଇଟ କଂଗ୍ରେସ ଆଉ ବିଜେପି ଭିତରେ ହେଉଛି । ଭୋଟର ଗଣତି ସକାଳ ୮ଟାରୁ ଆରମ୍ଭ ହୋଇ ଯାଇଛି। ସୂଚନା ମୁତାବକ ୧୨ ନଭେମ୍ବରରେ ଏହି ପ୍ରଦେଶ ପାଇଁ ମତଦାନ ପ୍ରକ୍ରିୟା ହୋଇଥିଲା । ତେବେ ବର୍ତ୍ତମାନର ଗଣତି ହିସାବରେ କଂଗ୍ରେସ ଏଠାରେବ ବିଜେପିକୁ ହେଭି ଟକ୍କ୍ ଦେବା ସହିତ ରେସରେ ଆଗର ରହିଛି ।
ସୂଚନାମୁତାବକ ହିମାଚଳ ପ୍ରଦେଶରେ ମୋଟ ୬୮ଟି ଆସନ ଥିବା ବେଳେ ବହୁ ମତ ନାଇଁ ଦଳକୁ ୩୫ ଟି ଆସନ ଆବଶ୍ୟକ । ତେବେ ସବୁ ଠାରୁ ଚର୍ଚ୍ଚର ବିଷୟ ହେଉଛି ପାହାଡି ରାଜ୍ୟରେ କେବେ ହେଲେ ସ୍ଥାୟୀ ସରକାର ହୋଇ ନାହାନ୍ତି । ଏଠାରେ ସବୁ ବେଳେ ସରକାର ପରିବର୍ତ୍ତନ ହୋଇ ଥାଆନି । ଏହା ସହିତ ରାହୁଲ ମଧ୍ୟ କିଛି ଦିନ ତଳେ ଏକ ଭାଷଣରେ ପ୍ରକାଶ କରି କହିଛନ୍ତି ଆମେ ଗୋଟିଏ ପ୍ରଦେଶରେ ନିଶ୍ଚୟ ବାଜି ମାରିବୁ । ତେବେ ଗୁଜରାଟ ଆଉ ହିମାଚଳରେ ଆଜି ଦୁଇଟି ବିଧାନସଭା ଭୋଟର ନିଷ୍ୱତ୍ତିି ଆସିବାକୁ ଥିବା ବେଳେ କଂଗ୍ରେସ ହିମାଚଳ ହାତେଇ ବୋଲି ଆଶା ବାନ୍ଧିଛି ।

ରାହୁଲ ଭାରତ ଯୋଡୋ ଯାତ୍ରାରେ ସାମିଲ ଥିବା ବେଳେ ହିମାଚଳ ପ୍ରଦେଶରେ କିଛି ଖାସ ପ୍ରଚାର କରି ପାରି ନଥିଲେ କିନ୍ତୁ ପ୍ରିୟଙ୍କା ତୃଣ ମୂଳ ସ୍ତରରୁ ହିମାଚଳ ପ୍ରଦେଶ ପାଇଁ ବହୁ ତତ୍ପରତା ଦେଖାଇଥିଲେ । ଯାହାର ଫଳ ବର୍ତ୍ତମାନ ଭୋଟ ଗଣତି ବାରି ହେଉଛି । ଏବେ କଂଗ୍ରେସ ବିଜେପିକୁ ମାତ ଦେବା ପାଇଁ ରେସରେ ଆଗରେ ଚାଲିଛି ।

ସୂଚନାମୁତାବକ ୨୦୧୭ରେ ବିଜେପି ଏହି ଆସନ ଜିତିଥିଲା । ବିଜେପି ୨୦୧୭ ରେ ମୋଟ ୬୮ଟି ଆସନରୁ ୪୪ଟି ସିଟ ଜିତିଥିଲା । ଯେଉଁଠାରେ କଂଗ୍ରେସକୁ କେବଳ ୨୧ ଟି ଆସନ ମିଳିଥିଲା । କିନ୍ତୁ ଚଳିତ ଥର ଗେମ କିଛି ଓଲଟା ହେବାକୁ ଯାଉଛି । କଂଗ୍ରେସ ଏଠାରେ ସରକାର ଗଢ଼ିବାରେ ସଫଳ ହୋଇ ପାରେ ବୋଲି ବର୍ତ୍ତମାନର ଆକଳନ କହୁଛି । ତେବେ ବାଜି କିଏ ମାରିବ ପଆଉ ହିମାଚଳ ପ୍ରଦେଶ ହାତେଇବାରେ କଂଗ୍ରେସ ପ୍ରଦେଶ ସଫଳ ହୋଇ ପାରିକି ନାହିଁ ଏହା ବହୁ ଶୀଘ୍ର ଜଣା ପଡିବ ।

Get real time updates directly on you device, subscribe now.