(Video) ହିନା ଖାନ ସାଜିଲେ ‘ଓମ୍ ଶାନ୍ତି ଓମ’ର ଦୀପିକା ପାଦୁକୋନ, ଶାନ୍ତି ପ୍ରିୟାର ଲୁକ୍ ରିକ୍ରିଏଟ୍ କରି ଖୁବ୍ ଝଲସିଲେ
‘ଶାନ୍ତି ପ୍ରିୟା’ ସାଜିଲେ ହିନା ଖାନ୍
ନୂଆଦିଲ୍ଲୀ: ହିନା ଖାନ କ୍ୟାନ୍ସର ସହ ଲଢିବା ପରେ ପୁଣିଥରେ ଟିଭିକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ବର୍ତ୍ତମାନ ସେ ରିଆଲିଟି ଶୋ ପତି ପତ୍ନୀ ଔର ପଙ୍ଗାରେ ନିଜ ସ୍ୱାମୀ ରକି ଜାୟସ୍ୱାଲଙ୍କ ସହ ଧୁମ ମଚାଉଥିବାର ନଜର ଆସିଛନ୍ତି।
ଶୋ’ର ଲାଟେଷ୍ଟ ଏପିସୋଡ୍ରେ ରେଟ୍ରୋ ଥିମ୍ ରଖାଯାଇଥିଲା। ଏଥିରେ ହିନା ଓମ ଶାନ୍ତି ଓମ୍ରେ ଦୀପିକା ପାଦୁକୋନଙ୍କ ଶାନ୍ତି ପ୍ରିୟାର ଲୁକ୍କୁ ରିକ୍ରିଏଟ୍ କରିଛନ୍ତି।
ନିଜର ଏହି ଲୁକର ଏକ ଝଲକ ହିନା ସୋସିଆଲ ମିଡିଆରେ ଭିଡିଓ ସେୟାର କରିଛନ୍ତି। ଅଭିନେତ୍ରୀ ଶାନ୍ତି ପ୍ରିୟାର ଲୁକକୁ ନିଜ ଅନ୍ଦାଜରେ ରିକ୍ରିଏଟ କରିଛନ୍ତି ଏବଂ ଏଥିରେ ସେ ଖୁବ ଝଲସୁଛନ୍ତି।
ହିନା ଯେଉଁ ଭିଡିଓ ସେୟାର କରିଛନ୍ତି, ସେଥିରେ ଦେଖିବାକୁ ମିଳୁଛି ଯେ, ଦୀପିକାଙ୍କ ଆଇକନିକ ଷ୍ଟେପ୍କୁ ହିନା କେତେ ସୁନ୍ଦରତାର ସହ ରିକ୍ରିଏଟ୍ କରିଛନ୍ତି।
ହିନାଙ୍କୁ ଏହି ଅନ୍ଦାଜରେ ଦେଖି ତାଙ୍କ ଫ୍ୟାନ୍ସ ଖୁବ ଭଲପାଇବା ଦେଇଥିବା ଦେଖିବାକୁ ମିଳିଛି। ଭିଡିଓକୁ ସେୟାର କରି ହିନା ଲେଖିଛନ୍ତି ଯେ, ଓଜି ଶାନ୍ତିପ୍ରିୟାକୁ ରିକ୍ରିଏଟ କରୁଛି। ଯାହାକୁ ଦୀପିକା ପାଦୁକୋନ ନିଜ ସୁନ୍ଦରତାରେ ଚିରଦିନ ପାଇଁ ସ୍ମରଣୀୟ କରିଥିଲେ।
View this post on Instagram
ଏହା ଏତେ ଶାନଦାର ଥିଲା ଯେ, ସିନେମାର ଇତିହାସରେ ରହିଗଲା। ମୁଁ ଏହାକୁ ଏକ ସିନେ ପ୍ରେମୀ ଭାବେ ରିକ୍ରିଏଟ କରି ନିଜର ଏସେନ୍ସ ଦେଇଛି। ଏହି ଭିଡିଓରେ ହିନାଙ୍କ ସ୍ୱାମୀ ରକୀଙ୍କୁ ମଧ୍ୟ ଶାହାରୁଖ ଖାନଙ୍କ ଚରିତ୍ରର ଲୁକରେ ଦେଖିବାକୁ ମିଳିଛି।