ନୂଆଦିଲ୍ଲୀ: ଦିଲ୍ଲୀରେ ‘ବାବର ରୋଡ୍’ର ନାମ ପରିବର୍ତ୍ତନ କରାଯାଇ ଅଯୋଧ୍ୟା ମାର୍ଗ ରଖାଯିବା ନେଇ ହିନ୍ଦୁ ସେନା କାର୍ଯ୍ୟକର୍ତ୍ତାଙ୍କ ଦ୍ୱାରା ଦାବି କରାଯାଇଛି । ଏନେଇ ଏହି ଦଳର କାର୍ଯ୍ୟକର୍ତ୍ତାମାନେ ବାବର ରୋଡ୍ ଦର୍ଶାଉଥିବା ଏକ ନାମ ଫଳକରେ ଅଯୋଧ୍ୟା ମାର୍ଗର ପୋଷ୍ଟର ଲଗାଇଥିବାର ସୂଚନା ମିଳିଛି । ଏହା ପୂର୍ବରୁ ଜାନୁଆରୀ ୮ରେ ହିନ୍ଦୁ ସେନା ପକ୍ଷରୁ ଏହି ସଡ଼କର ନାମ ପରିବର୍ତ୍ତନ ନେଇ ନୂଆଦିଲ୍ଲୀ ନଗର ନିଗମକୁ ଏକ ଚିଠି ଲେଖାଯାଇଥିଲା ।
ହିନ୍ଦୁ ସେନା ଅଧ୍ୟକ୍ଷ ବିଷ୍ଣୁ ଗୁପ୍ତାଙ୍କ କହିଛନ୍ତି, ‘ବାବର ରୋଡ଼ର ନାମ ପରିବର୍ତ୍ତନ ନେଇ ଦୀର୍ଘ ଦିନ ହେଲା ଦାବି ହୋଇ ଆସୁଛି । ଏହି ଭାରତ ଦେଶ ପ୍ରଭୁ ଶ୍ରୀ ରାମ, ଶ୍ରୀ କୃଷ୍ଣ, ଶ୍ରୀ ବାଲମିକୀ, ଗୁରୁ ରବି ଦାଶଙ୍କ ଭଳି ମହାପୁରୁଷମାନଙ୍କ ଦେଶ । ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଚାଲିଛି । ଯେବେ ବାବର ଆଉ ନାହାଁନ୍ତି ତେବେ ଦିଲ୍ଲୀରେ ‘ବାବର ରୋଡ୍’ର କି କାମ ?