fbpx

Big Breaking: ଖୋଲିଲା ହୀରାକୁଦ ଡ୍ୟାମର ଆଉ ୬ଟି ଗେଟ୍

ସମ୍ବଲପୁର: ଆଜି ହୀରାକୁଦ ଡ୍ୟାମର ଆଉ ୬ଟି ଗେଟ ଖୋଲିବା କଥା ସାମ୍ନାକୁ ଆସିଛି । ବର୍ତ୍ତମାନ ସମୁଦାୟ ୨୦ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଛି । ବଙ୍ଗୋପସଗାରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଉପର ମୁଣ୍ଡରେ ଜାରି ରହିଛି ବର୍ଷା । ତେଣୁ ଅତ୍ୟଧିକ ବନ୍ୟା ଜଳକୁ ଅଟକାଇବା ସମ୍ଭବ ହେଉନାହିଁ । ତେଣୁ ହୀରାକୁଦ ଡ୍ୟାମରେ ଗୋଟିଏ ପରେ ଗୋଟିଏ ଗେଟ୍ ଖୋଲିବାରେ ଲାଗିଛି ।

ସୂଚନା ଅନୁଯାୟୀ, ଆଜି ସକାଳେ ୧୪ଟି ଗେଟ୍ ଦେଇ ଜଳ ନିଷ୍କାସିତ କରୁଥିଲା । ବୁଧବାର ଦିନ ୨ ଗେଟ୍ ଅପରାହ୍ନ ସମୟରେ ଖୋଲାଯାଇଥିଲା । ନଦୀରେ ଜଳସ୍ତର ବୃଦ୍ଧି ହେତୁ ଗୁରୁବାର ଦିନ ସକାଳେ ଆଉ ୮ଟି ଗେଟ୍ ଖୋଲିଥିଲା । ଏହାପରେ ଗତକାଲି ଅପରାହ୍ନରେ ଆଉ ୪ଟି ଗେଟ ଖୋଲି ସମୁଦାୟ ୧୪ଟି ଗେଟ୍ ରେ ଜଳ ନିଷ୍କାସିତ ହେଉଥିଲା । ଆଜି ଆହୁରୀ ୬ଟା ଖୋଲିବା ପରେ ବର୍ତ୍ତମାନ ୨୦ଟି ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି ।

ଆଜି ସକାଳ ୮ଟା ସୁଦ୍ଧା ଜଳସ୍ତର ୬୨୮.୧୫ ଫୁଟ୍ ଥିଲା । ପ୍ରବେଶ କରୁଥିଲା ୧ ଲକ୍ଷ ୯୭ ହଜାର ୭୩୫ କ୍ୟୁସେକ ଜଳ । ନିଷ୍କାସିତ ହେଉଥିଲା ୨ ଲକ୍ଷ ୪୫ ହଜାର ୪୦୧ କ୍ୟୁସେକ ଜଳ । ଏହା ବ୍ୟତୀତ ଆହୁରୀ ୬ଟି ଗେଟ୍ ଖୋଲିବା ପରେ ଜଳର ପରିମାଣ ବଢିଛି ।

Get real time updates directly on you device, subscribe now.