ଚୀନର ନୂଆ ଭୁତାଣୁ ପିଲାଙ୍କୁ କରୁଛି ଆକ୍ରାନ୍ତ, ଜାଣିନିଅନ୍ତୁ କଣ ରହିଛି ଏହାର Symptom
ଚୀନରେ ଦ୍ରୁତ ଗତିରେ କାୟା ମେଲାଉଥିବା ନୂଆ ଭୂତାଣୁ ଏଚଏମପିଭି; ୧୪ ବର୍ଷ ବା ତାଠାରୁ କମ ବୟସ ବର୍ଗର ପିଲାଙ୍କୁ ଆକ୍ରାନ୍ତ କରୁଛି
ନୂଆଦିଲ୍ଲୀ- ଚୀନରେ ଦ୍ରୁତ ଗତିରେ କାୟା ମେଲାଉଥିବା ନୂଆ ଭୂତାଣୁ ଏଚଏମପିଭି ଭାରତରେ ମଧ୍ୟ ଚିନ୍ତାର କାରଣ ହୋଇଛି । ଏହି ଭୂତାଣୁ ବିଶେଷ ରୂପେ ଛୋଟ ପିଲାଙ୍କୁ ବ୍ୟାପୁଛି । ଏହାକୁ ନେଇ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି କି, ଏହି ଭୂତାଣୁକୁ ନେଇ ଭାରତୀୟଙ୍କୁ ଭୟଭୀତ ହେବାର କିଛି ନାହିଁ ।
ନାସନାଲ ମିଡିଆ ଚାଇନା ଡେଲି ମୁତାବକ, ଏଚଏମପିଭି ଭୂତାଣୁର କେଶ ସାମ୍ପ୍ରତ୍ତିକ ସମୟରେ ଚୀନର ହସ୍ପିଟାଲକୁ ଆସୁଥିବା ରୋଗୀଙ୍କ ମଧ୍ୟରେ ଏକ ସାଧାରଣ ସଂକ୍ରମଣ । ଏହା ୧୪ ବର୍ଷ ବା ତାଠାରୁ କମ ବୟସ ବର୍ଗର ପିଲାଙ୍କୁ ଆକ୍ରାନ୍ତ କରୁଛି । ତେବେ ଏହି ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଥିବା ନେଇ କେମିତି ଜାଣିବେ ?
କଣ ଏହି ଭୂତାଣୁର ଲକ୍ଷଣ- ଏଚଏମପିଭି ସଂକ୍ରମଣ ହେଲେ ସାଧାରଣ ଲକ୍ଷଣ ଭିତରେ କାଶ, ଜ୍ୱର, ନାକ ବନ୍ଦ ହୋଇଯିବ, ଶ୍ୱାସକ୍ରିୟାରେ ସମସ୍ୟା ଆଦି ଦେଖିବାକୁ ମିଳିଥାଏ । ହେି ଲକ୍ଷଣ ଅନ୍ୟ ଶ୍ୱାସ ସମ୍ବନ୍ଧିତ ଭୂତାଣୁ କାରଣରୁ ହେଉଥିବା ସଂକ୍ରମଣର ଲକ୍ଷଣ ସଦୃଶ ହୋଇଥାଏ । ଗମ୍ଭୀର ମାମଲାରେ ଏଥିରୁ ବ୍ରୋଙ୍କାଇଟିସ ଓ ନିମୋନିଆ ହେବାର ସମ୍ଭାବନା ରହିଛି ।
ଚାଇନା ରୋଗ ନିୟନ୍ତ୍ରଣ ଓ ପ୍ରତିରୋଧ କେନ୍ଦ୍ରର ରିପୋର୍ଟ ମୁତାବକ, ୨୦୨୩ ରିପୋର୍ଟ ଦର୍ଶାଉଛି କି, ୨୦୦୯ରୁ ୧୯ ମଧ୍ୟରେ ଶ୍ୱାସ ସମ୍ବନ୍ଧିତ ସଂକ୍ରାମକ ରୋଗ ସଂଖ୍ୟାରେ, ଏଚଏମପିଭି ସବୁଠାରୁ ଦ୍ରୁତ ବ୍ୟାପୁଥିବା ଭୂତାଣୁ ମଧ୍ୟରୁ ୮ମ ସ୍ଥାନରେ ରହିଛି, ଏହାର ପଜିଟିଭିଟି ରେଟ ୪.୧ ପ୍ରତିଶତ ।
ଏଚଏମପିଭି କେମିତି ବ୍ୟାପେ- ଏଚଏମପିଭି ସଂକ୍ରମିତ ବ୍ୟକ୍ତିର କାଶିବା ବା ଛିଙ୍କିବା ଦ୍ୱାରା ଶରୀରକୁ ନାକ ଦେଇ ବ୍ୟାପିତାଏ । ଯଦି ଏହି ଭୂତାଣୁ ପରିବେଶରେ ବ୍ୟାପିଯାଇଛି ତ ଏହା ସମ୍ପର୍କରେ ଯିଏ ଆସିବେ ସେ ଏହା ଦ୍ୱାରା ସଂକ୍ରମିତ ହେବା ସମ୍ଭାବନା ବହୁ ଅଧିକ ରହିଛି ।