କୋଲକାତାରେ ଆଉ ଜଣେ HMPV ଆକ୍ରାନ୍ତ ଚିହ୍ନଟ: ଆକ୍ରାନ୍ତଙ୍କ ସଂଖ୍ୟା ୪କୁ ବୃଦ୍ଧି

ବେଙ୍ଗାଲୁରୁ-ଗୁଜରାଟ ପରେ କୋଲକାତାରେ HMPV ଭୂତାଣୁ। ୬ ମାସର ଶିଶୁ ଶରୀରରେ HMPV ଭାଇରସ୍ ଚିହ୍ନଟ।

କୋଲକାତା: ଗୁଜରାଟ-ବେଙ୍ଗାଲୁରୁରେ HMPV ଭାଇରସ୍ ଚିହ୍ନଟ ହେବା ପରେ କୋଲକାତାରେ ଆଉ ଏକ ମାମଲା । ୬ ମାସର ଶିଶୁ ଶରୀରରେ HMPV ଭାଇରସ୍ ଚିହ୍ନଟ ।

ତେବେ ଶିଶୁଟି ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେବା ପରେ ଏବେ ସୁସ୍ଥ ଅଛି। ଏହାକୁ ମିଶାଇ ଭାରତରେ ସମୁଦାୟ ୪ଟି ଏଚ୍ଏମ୍ପିଭି ମାମଲା ଚିହ୍ନଟ ହୋଇଛି।

ଆଜି ବେଙ୍ଗାଲୁରୁରେ ୩ ଓ ୮ ମାସର ଦୁଇ ଜଣ ଶିଶୁ ଏଚ୍ଏମ୍ପିଭିରେ ସଂକ୍ରମିତ ହୋଇଥିବା ସୂଚନା ମିଳିଛି। ତେବେ ଖୁସି ଖବର ହେଉଛି ଚିକିତ୍ସା ପରେ ଶିଶୁର ଶାରୀରିକ ଅବସ୍ଥା ଏବେ ଭଲ ରହିଛି ।

ନଭେମ୍ବରରୁ ଆସିଛି HMPV: ଗତ ନଭେମ୍ବର ମାସରେ ଶିଶୁଟି ତାଙ୍କ ପିତାମାତାଙ୍କ ସହ ମୁମ୍ବାଇରୁ କୋଲକାତା ଆସିଥିଲେ। ପିଲାଟିର ଘର ମଧ୍ୟ କୋଲକାତାର ଯାଦବପୁର ଅଞ୍ଚଳରେ। ପିଲାଟିର ବାପା-ମାଆ କାମ ପାଇଁ ମୁମ୍ବାଇରେ ରହୁଥିଲେ।

ବିମାନରୁ ଓହ୍ଲାଇବା ପରେ ଶିଶୁଟିର ଶାରୀରିକ ଅବସ୍ଥା ବିଗିଡ଼ି ଯାଇଥିଲା। ଶିଶୁଟିକୁ ଜ୍ୱର ହୋଇଥିଲା ବୋଲି ଡାକ୍ତର କହିଛନ୍ତି। ବାନ୍ତି ହେବା, ପେଟ ଖରାପ ହେବା ଓ ପରବର୍ତ୍ତୀ ସମୟରେ ଶ୍ୱାସକ୍ରିୟାରେ କଷ୍ଟ ହେବା ଭଳି ସମସ୍ୟା ଦେଖାଦେଇଥାଏ।

ଭେଣ୍ଟିଲେଟରରେ ଥିଲା ଶିଶୁ: ଏହି ଅବସ୍ଥାରେ ଶିଶୁକୁ ଶିଶୁ ରୋଗ ବିଶେଷଜ୍ଞଙ୍କ ପାଖକୁ ନିଆଯାଇ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପରାମର୍ଶ ଦିଆଯାଇଥିଲା। ପ୍ରଥମେ ଶିଶୁଟିର ତଦାରଖ କରାଯାଇଥିଲା।

କିନ୍ତୁ ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଭେଣ୍ଟିଲେସନରେ ରଖାଯାଇଥିଲା। ଶିଶୁର ଲାଳର ପିସିଆର ଚ୍ୟାନେଲ ପରୀକ୍ଷା କରାଯାଇ ତା’ର କ’ଣ ହୋଇଛି ତାହା ଜଣାପଡ଼ିଥିଲା। ଏହା ଜଣାପଡିଛି ଯେ ଶିଶୁଟି ଏଚଏମପିଭି ପଜିଟିଭ ଅଟେ ।