fbpx

ଖେଳରତ୍ନ ପୁରସ୍କାର ପାଇଁ ଗୋଲ କିପର୍ ପିଆର ଶ୍ରୀଜେଶଙ୍କ ଓ ପୂର୍ବତନ ମହିଳା ଖେଳାଳି ଦୀପିକାଙ୍କ ନାମ ସୁପାରିଶ କଲା ହକି ଇଣ୍ଡିଆ

ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର): ଭାରତୀୟ ପୁରୁଷ ହକି ଦଳର ଭେଟେରାନ ଗୋଲ ରକ୍ଷକ ପିଆର ଶ୍ରୀଜେଶ ଓ ପୂର୍ବତନ ମହିଳା ଖେଳାଳି ଦୀପିକାଙ୍କ ନାମ ସମ୍ମାନ ଜନକ ରାଜିବ ଗାନ୍ଧୀ ଖେଳରତ୍ନ ପୁରସ୍କାର ପାଇଁ ହକି ଇଣ୍ଡିଆ ସୁପାରିଶ କରିଛି । ସେହିପରି ଟୋକିଓ ଅଲିମ୍ପିକ୍ସ ପାଇଁ ଭାରତୀୟ ଦଳର ଉପ-ଅଧିନାୟକ ହରମନପ୍ରୀତ ସିଂ ଓ ମହିଳା ଖେଳାଳି ବନ୍ଦନା କାତାରିୟାଙ୍କା ନାମ ଅର୍ଜୁନ ପୁରସ୍କାର ପାଇଁ ସୁପାରିଶ କରିଥିବା ଜଣା ପଡିଛି ।

ଅନ୍ୟ ପକ୍ଷରେ ଆରପି ସିଂ ଓ ସାଙ୍ଗାଇ ଇବେମହାଲଙ୍କୁ ଆଜୀବନ ସଫଳତା ପାଇଁ ଧ୍ୟାନଚାନ୍ଦ ପୁରସ୍କାର ଓ ଦ୍ରୋଣାଚାର୍ଯ୍ୟ ପୁରସ୍କାର ପାଇଁ କୋଚ ବିଜେ ଖରିପ୍ପା ଏବଂ ସିଆର କୁମାରଙ୍କ ନାମ ସୁପାରିଶ କରାଯାଇଥିବା ହକି ଇଣ୍ଡିଆ ସୂତ୍ରରୁ ସୂଚନା ମିଳିଛି ।ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ୨୦୧୭ ଜାନୁୟାରୀ ୧ରୁ ୨୦୨୦ ଡିସେମ୍ବର ୩୧ ତାରିଖ ମଧ୍ୟରେ ଖେଳାଳିଙ୍କ ପ୍ରଦର୍ଶନକୁ ବିଚାର କରା ଯାଇ ଖେଳ ରତ୍ନ ପୁରସ୍କାର ପ୍ରଦାନ କରାଯିବ ।

Get real time updates directly on you device, subscribe now.