fbpx
BJD SKY
BJD SKY

ହୋଲି ଉପହାର, କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭର୍ତ୍ତା ବଢାଇବେ ମୋଦୀ ସରକାର!

BJD

ନୂଆଦିଲ୍ଲୀ: ସାରା ବିଶ୍ୱରେ ଏବେ ଆର୍ଥିକ ମାନ୍ଦାବସ୍ତା ଅଶଙ୍କା ଲାଗି ରହିଥିବା ବେଳେ ସାଧାରଣ ଜନତାଙ୍କ ଉପରେ ମହଙ୍ଗା ମାଡ଼ ଜାରି ରହିଛି । ସେପଟେ ଭାରତୀୟ ରିଜର୍ଭ ବ୍ୟାଙ୍କ ଦରଦାମ୍‌କୁ ନିୟନ୍ତ୍ରଣ କରିବା ପାଇଁ ରେପୋ ରେଟ୍ ବଢାଇ ଚାଲିଛି । ଯାହା ଫଳରେ ମହଙ୍ଗା ମାଡ଼ ମଧ୍ୟ ଜନତାଙ୍କ ଉପରେ ପଡୁଛି । ଏବଳି ସ୍ଥିତିରେ ସରକାରୀ କର୍ମଚାରିଙ୍କ ମହଙ୍ଗା ଭର୍ତ୍ତା ପୁଣି ବଢାଇବାକୁ ସରକାର ଯୋଜନା କରୁଛନ୍ତି । ନରେନ୍ଦ୍ର ମୋଦୀ ସରକାର ଆଗକୁ ହୋଲି ପୁର୍ବରୁ କେନ୍ଦ୍ରୀୟ କର୍ମଚାରୀଙ୍କୁ ଖୁସି ଖବର ଦେଇ ପାରନ୍ତି । ଯାହା ସେମାନଙ୍କ ପାଇଁ ହୋଲି ପୁର୍ବରୁ ଏକ ବଡ଼ ଉପହାର ହେବ ।

ସୂଚନା ମୁତାବକ, ଆସନ୍ତା ମାସରେ ବସିବାକୁ ଥିବା କ୍ୟାବିନେଟ ବୈଠକରେ ଡିଏ ବୃଦ୍ଧି ନେଇ ନିଷ୍ପତ୍ତି ହୋଇପାରେ । ବର୍ତ୍ତମାନ ସୁଦ୍ଧା ଏ ବାବଦରେ ଅଫିସିଆଲ ଭାବେ କୌଣସି ସୂଚନା ଦିଆଯାଇନାହିଁ । ଯଦି ସରକାର ଡିଏ ବୃଦ୍ଧି ଘୋଷଣା କରନ୍ତି, ତେବେ ଜାନୁଆରରୀ-ଫେବୃଆରୀର ଏରିୟର ମଧ୍ୟ ମିଳିବ ବୋଲି କୁହାଯାଉଛି । ଡିଏ ୪ ପ୍ରତିଶତ ବୃଦ୍ଧି ନେଇ କର୍ମଚାରୀ ସଂଗଠନ ପକ୍ଷରୁ ଦାବି କରାଯାଇଛି । ଯଦି ଏପରି ହୁଏ ତେବେ ମୋଟ ଡିଏ ୩୮ ପ୍ରତିଶତରୁ ବୃଦ୍ଧି ପାଇଁ ୪୨ ପ୍ରତିଶତରେ ପହଞ୍ଚିଯିବ ।

ତେବେ ଡିଏ ବୃଦ୍ଧି ହେବା ଫଳରେ କର୍ମଚାରୀଙ୍କର ସାଲାରିରେ ମଧ୍ୟ ବୃଦ୍ଧି ଘଟିବ । ଯଦି ସରକାର ହୋଲି ପୂର୍ବରୁ ଡିଏ ବୃଦ୍ଧି ନିଷ୍ପତ୍ତି ନିଅନ୍ତି, ତେବେ ଏହାର ଫାଇଦା ୪୮ ଲକ୍ଷ କେନ୍ଦ୍ର କର୍ମଚାରୀ ଓ ୬୩ ଲକ୍ଷ ପେନସନଧାରୀଙ୍କୁ ମିଳିବ । ନିୟମ ମୁତାବକ, ଡିଏ ଓ ଡିଅରନେନ୍ସ ଆଲାଉନ୍ସ (ଡିଆର) ବର୍ଷର ଜାନୁଆରୀ ଓ ଫେବୃଆରୀ ମାସରେ ବୃଦ୍ଧି ହେବାର ନିୟମ ରହିଛି । ମାତ୍ର ଗତ କିଛିବର୍ଷ ଧରି ଏ କ୍ଷେତ୍ରରେ ବିଳମ୍ବ ହେଉଥିବା ଦେଖାଯାଉଛି ।

 

Get real time updates directly on you device, subscribe now.