fbpx

କର୍ମଚାରୀଙ୍କ ପାଇଁ ବଢିଲା ଛୁଟି, ଏଥିପାଇଁ କଟିବନି ସାଲରୀ: ଏମିତି ହେଲା ନୂଆ ଘୋଷଣା…

ନୂଆଦିଲ୍ଲୀ: କୌଣସି ବି କମ୍ପାନୀ ପାଇଁ ଏହାର କର୍ମଚାରୀମାନେ ହେଉଛନ୍ତି ଏହାର ମୂଲ୍ୟବାନ ସମ୍ପତ୍ତି । ତେଣୁ କର୍ମଚାରୀମାନଙ୍କୁ ଖୁସି ରଖିବା ପାଇଁ କମ୍ପାନୀ ଏବଂ ମାଲିକ ଏମିତି କିଛି ନା କିଛି ନିୟମ ଆଣିଥାନ୍ତି । କେବେ ମେଡିକାଲ ସୁବିଧା, ଟ୍ରାଭେଲ ତ କେବେ ଭ୍ୟାକେସନ ପାଇଁ ସ୍ୱତନ୍ତ୍ର ଛୁଟି ଦେଇ କିମ୍ବା କିଛି ଭିନ୍ନ ଭିନ୍ନ ଅଫର ମାଧ୍ୟମରେ କର୍ମଚାରୀମାନଙ୍କୁ ସନ୍ତୁଷ୍ଟ କରିଥାଏ କମ୍ପାନୀ । ସେହିପରି ଏକ କମ୍ପାନୀର ମାଲିକ ଏବେ ଚର୍ଚ୍ଚାରେ ଆସିଛନ୍ତି । ନିଜ କର୍ମଚାରୀଙ୍କୁ ଏକ୍ସଟ୍ରା ଛୁଟି ଦେଇ ସେ ଆଇକନ ପାଲଟିଯାଇଛନ୍ତି ।

ଆୱାର କମ୍ୟୁନିଟି ନାମକ ଏକ କମ୍ପାନୀର ମାଲିକ ଡେନିସ ମୋରିୟରୀ କର୍ମଚାରୀମାନଙ୍କ ପାଇଁ ସପ୍ତାହକୁ ୩ଟି ଛୁଟି ଦେବାର ନୂଆ ନିୟମ ପ୍ରଣୟନ କରିଛନ୍ତି । ତେବେ ଏହା ଫଳରେ ସେମାନେ ଗୋଟିଏ ସପ୍ତାହର ମାତ୍ର ୪ ଦିନ କାମ କରିପାରିବେ । ତେବେ ସବୁଠୁ ବଡ କଥା ହେଉଛି ଏହି ଛୁଟି ପାଇଁ କର୍ମଚାରୀଙ୍କ ସାଲାରୀ ମଧ୍ୟ କଟିବ ନାହିଁ । ଏହି ନିୟମକୁ ନେଇ କର୍ମଚାରୀମାନେ ଏବେ ବେଶ ଖୁସି ଥିବା ଦେଖିବାକୁ ମିଳିଛି । ଡେନିସ ମୋରିୟରଙ୍କୁ ମଧ୍ୟ ଏହି ନିୟମର ଭଲ ରେଜଲ୍ଟ ମିଳିଛି । କର୍ମଚାରୀମାନଙ୍କୁ ଏହି ନିୟମ ମଧ୍ୟ ବେଶ ପସନ୍ଦ ଆସିଥିବା କହିଛନ୍ତି ମୋରିୟର । ତେବେ ଏଥିପାଇଁ ଟ୍ରାଏଲ ନେଉଥିବା ବେଳେ କମିଚାରୀଙ୍କ ପ୍ରତିକ୍ରିୟା ଦେଖି ଏହାକୁ ସବୁଦିନ ପାଇଁ ଲାଗୁ କରି ରଖିଛନ୍ତି । ଏହି ପାଇଲଟ ସ୍କିମ 4 Day Week Global  ନାମରେ ନନ୍ ପ୍ରଫିଟ କମ୍ୟୁନିଟି ତରଫରୁ ଲଞ୍ଚ କରାଯାଇଛି ।

ଏହି ସ୍କିମକୁ ନେଇ ଡେନିସ ମୋରିୟର କହିଛନ୍ତି ଯେ, ଏହା କାର୍ଯ୍ୟ କରିବା ପାଇଁ ଏବଂ କର୍ମଚାରୀଙ୍କ ପାଇଁ ମଧ୍ୟ ଉତ୍ତମ ନିୟମ । ଏହାଦ୍ୱାରା କର୍ମଚାରୀମାନେ ସ୍ୱାଧୀନ ଅନୁଭବ କରିବେ ଏବଂ ୩ ଦିନରେ ନିଜକୁ ରିଫ୍ରେସ ମଧ୍ୟ କରିପାରିବେ । ଯାହାଦ୍ୱାରା କାମରେ ସେମାନେ ବେଶୀ ଫୋକସ କରିପାରିବେ । ତେବେ ଏହି ସ୍କିମ ୬ ମାସର ଟ୍ରାଏଲରେ ରହିଥିବା ବେଳେ ଏହା ଆଗକୁ ମଧ୍ୟ ଲାଗୁ ହୋଇ ରହିବ ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.