ଯାଜପୁର: ଯାଜପୁରରେ ଖାଦ୍ୟ ପାଇଁ ଲୋକେ ଛଟପଟ ହେଉଥିବାବେଳେ ମିଳିଛି ଏକ ଆଶ୍ବସ୍ତିକର ଖବର। ଜୁଲାଇ 1 ରୁ ଖୋଲିବ ହୋଟେଲ, ରେଷ୍ଟୁରାଣ୍ଟ ଏବଂ ଷ୍ଟ୍ରିଟଫୁଡ ଦୋକାନ।
ଡାଇରିଆ ପାଇଁ ଏହି ସବୁ ବନ୍ଦ ଥିଲାବେଳେ ମାର୍ଗଦର୍ଶିକା ମାନି ଦୋକାନ ଖୋଲିବାକୁ ଜିଲ୍ଲାପାଳ ଅନୁମତି ଦେଇଛନ୍ତି। ଯାଜପୁରରେ ଡାଇରିଆ ସଂକ୍ରମଣ ବ୍ୟାପିଥିବାରୁ ଜିଲ୍ଲାର ଵିଭିନ୍ନ ସ୍ଥାନରେ ଥିବା ହୋଟେଲ, ଜଳଖିଆ ଦୋକାନ ଆଦି ବନ୍ଦ କରାଯାଇଥିଲା।
ଏଭଳି ସ୍ଥିତିରେ ସହରକୁ ଆସୁଥିବା ଲୋକମାନେ ଖାଦ୍ୟ ପାଇଁ ମଧ୍ୟାହ୍ନ ସମୟରେ ବହୁତ ଛଟପଟ ହେଉଥିଲେ। ଅନେକ ଲୋକ ଖାଲି ପାଣି ପିଇ ରହିଯାଉଥିବାର ମଧ୍ୟ ଦେଖିବାକୁ ମିଳିଥିଲା।
ଏବେ କିନ୍ତୁ ଏହି ଡାଇରିଆ ସଂକ୍ରମଣ ନିୟନ୍ତ୍ରଣକୁ ଆସିବାରୁ ହୋଟେଲ ଏବଂ ରେଷ୍ଟୁରାଣ୍ଟ ଖୋଲିବାକୁ ଅନୁମତି ଦିଆଯାଇଛି।