fbpx

(Video) ତୃତୀୟ ମହଲାରେ ଭୟଙ୍କର ଅଗ୍ନିକାଣ୍ଡ: ୨ ଶିଶୁ ସମେତ ୫ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଗଜିଆବାଦରେ ଏକ ବିଲ୍ଡିଂର ତୃତୀୟ ମହଲାରେ ନିଆଁଲାଗି ପାଞ୍ଚ ଜଣଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ୨ଜଣ ଶିଶୁ ମଧ୍ୟ ସାମିଲ ଥିବା କୁହାଯାଉଛି । ଏହି ଭୟାବହ ଅଗ୍ନିକାଣ୍ଡ ହାଜିପୁର ଗାଁରେ ରାତି ୮ଟାରେ ଘଟିଛି । ନିଆଁ ଖୁବ ଜୋରରେ ବ୍ୟାପିଯିବାରୁ ଲୋକେ ବାହାରକୁ ବାହାରି ପାରିଲେନି । ଦମକଳ ବିଭାଗର କର୍ମକର୍ତ୍ତା ପାଞ୍ଚଟି ଶବକୁ ଉଦ୍ଧାର କରିଛନ୍ତି । କୁହାଯାଉଛି ଯେ, ମହଲାରେ ଫୋମ ବିଜନେସ ଚାଲୁଥିଲା ।

ବିଲ୍ଡିଂରେ ସର୍ଟ ସର୍କିଟ କାରଣରୁ ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡ ଘଟିବା ପରେ ଦମକଳ ବିଭାଗ ନିଆଁଲିଭା କାର୍ଯ୍ୟରେ ନିୟୋଜିତ ହୋଇଥିଲେ । ସଂକୁଚିତ ଗଳିରେ ଏହି ବିଲ୍ଡିଂ ଥିବାରୁ ଦମକଳ ବିଭାଗକୁ ନିଆଁଲିଭାରେ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା ।

ସୂଚନା ଅନୁଯାୟୀ, ଏହି ତୃତୀୟ ମହଲାରେ ଇସ୍ତିୟାକ ଅଲି ନିଜ ପରିବାରକୁ ଧରି ରହୁଥିଲେ । ପରିବାରରେ ତାଙ୍କ ପୁଅ ସାରିକ, ସାରିକଙ୍କ ସ୍ତ୍ରୀ, ସାତ ମାସର ଶିଶୁ ଏବଂ ଭଉଣୀ ଥିଲେ । ସାରିକଙ୍କ ଅନ୍ୟ ଭଉଣୀ ନିଜ ତିନୋଟି ଶିଶୁଙ୍କୁ ଧରି ତାଙ୍କ ଘରକୁ ଆସିଥିଲେ । ଏହି ଭୟାବହ ଅଗ୍ନିକାଣ୍ଡରେ ଏମାନେ ସବୁ ଫସିଯାଇଥିଲେ ।

Get real time updates directly on you device, subscribe now.