fbpx

କାନାଡରେ ବଢ଼ିଲା ଆବାସ ସଙ୍କଟ: ବିଦେଶୀ ଛାତ୍ର ଭିସାକୁ ୨ ବର୍ଷ ହ୍ରାସ କରିବାକୁ ଟ୍ରୁଡୋ ସରକାରଙ୍କ ଘୋଷଣା

ନୂଆଦିଲ୍ଲୀ: ଉଚ୍ଚଶିକ୍ଷା ପାଇଁ କାନାଡା ଯାଉଥିବା ଛାତ୍ରମାନଙ୍କ ପାଇଁ ଏକ ଖରାପ ଖବର ରହିଛି । କାନାଡାର ଜଷ୍ଟିନ ଟ୍ରୁଡୋ ସରକାର ଆସନ୍ତା ଦୁଇ ବର୍ଷ ପାଇଁ ଆନ୍ତର୍ଜାତୀୟ ଛାତ୍ର ଭିସା ହ୍ରାସ ଏବଂ ଭିସା ପ୍ରଦାନ ଉପରେ ସମୟ ଧାର୍ଯ୍ୟ କରିବେ ନେଇ ଘୋଷଣା କରିଛନ୍ତି ।

ସୋମବାର ଦିନ ଅଟ୍ଟୋଠାରେ ଏକ ସାମ୍ବାଦିକ ସମ୍ମିଳନୀରେ କାନାଡାର ଇମିଗ୍ରେସନ ମନ୍ତ୍ରୀ ମାର୍କ ମିଲର ଏହା ଘୋଷଣା କରିଛନ୍ତି । ଜଷ୍ଟିନ ଟ୍ରୁଡୋ ସରକାରଙ୍କ ଦ୍ୱାରା ଛାତ୍ର ଭିସା ହ୍ରାସ ଘୋଷଣା ଏପରି ଏକ ସମୟରେ ଆସିଛି ଯେତେବେଳେ କାନାଡାର ଦ୍ରୁତଗତିରେ ଆବାସ ସଙ୍କଟ ଦେଖାଦେଇଛି ।

ନୂଆ ସୀମା ଧାର୍ଯ୍ୟ କରିବାର ଘୋଷଣା ଦ୍ୱାରା ଚଳିତ ବର୍ଷ କାନାଡାକୁ ନୂଆ ଷ୍ଟଡୀ ଭିସା ୩୫% ହ୍ରାସ ପାଇବ ଏବଂ ଅନଟାରିଓ ପରି ନିର୍ଦ୍ଦିଷ୍ଟ ପ୍ରଦେଶରେ ୫୦% ପର୍ଯ୍ୟନ୍ତ କଟକଣା ଦେଖାଯିବ । ତେବେ ଆସନ୍ତା ସପ୍ତାହରେ ମେଡିସିନ୍ ଏବଂ ଆଇନ ଭଳି ବୃତ୍ତିଗତ କାର୍ଯ୍ୟକ୍ରମରେ ନାମ ଲେଖାଇଥିବା ଛାତ୍ରମାନଙ୍କ ପତି-ପତ୍ନୀଙ୍କ ପାଇଁ ଓପନ୍ ୱାକ୍ ପରମିଟ୍ ଉପଲବ୍ଧ ହେବ ବୋଲି ମନ୍ତ୍ରୀ କହିଛନ୍ତି ।

କାନାଡାର ନୂତନ ଘୋଷଣା ହଜାର ହଜାର ଭାରତୀୟ ଛାତ୍ରଛାତ୍ରୀଙ୍କୁ ନିରାଶ କରିପାରେ, ଯେଉଁମାନେ ପଢ଼ିବାକୁ କାନାଡା ଯିବାକୁ ସ୍ୱପ୍ନ ଦେଖୁଛନ୍ତି । ଏହି ଛାତ୍ରମାନଙ୍କ ମଧ୍ୟରୁ ଅଧିକାଂଶ ପଞ୍ଜାବ ଏବଂ ଗୁଜୁରାଟରୁ ଆସନ୍ତି । ବର୍ତ୍ତମାନ କାନାଡାରେ ପ୍ରାୟ ସାଢ଼େ ତିନି ଲକ୍ଷ ଭାରତୀୟ ଛାତ୍ର ଅଛନ୍ତି । କାନାଡାରେ ଭାରତ ସମେତ ଅନ୍ତର୍ଜାତୀୟ ଛାତ୍ରଛାତ୍ରୀଙ୍କ ସଂଖ୍ୟା ଏକ ଲକ୍ଷ ଅତିକ୍ରମ କରିଛି । କୋଭିଡ -୧୯ ପରେ କାନାଡା ୨୦୨୩ ରେ ୫.୮୦ ଲକ୍ଷ ରେକର୍ଡ ଷ୍ଟଡୀ ଭିସା ଜାରି କରିଥିଲା ।

Get real time updates directly on you device, subscribe now.