fbpx

Education Loanରେ କିପରି ମିଳିଥାଏ ଇନକମ୍ ଟ୍ୟାକ୍ସ ଛାଡ? ଜାଣନ୍ତୁ ଏହାର ସମ୍ପୂର୍ଣ୍ଣ ତଥ୍ୟ

ଜୀବନରେ କିଛି ବଡ କରିବାର ସ୍ୱପ୍ନ ସମସ୍ତଙ୍କର ରହିଥାଏ । କିନ୍ତୁ ଆର୍ଥିକ ସମସ୍ୟା ହେତୁ ଏହି ସ୍ୱପ୍ନ ବେଳେ ବେଳେ ପୁରଣ ହୋଇ ନଥାଏ । ସେହିପରି ଅନେକ ଅଭିବାବକ ନିଜ ପିଲାଙ୍କ ପାଠ ପଢା ଖର୍ଚ୍ଚ ପୂରଣ କରିବା ମଧ୍ୟ ସେମାନଙ୍କ ପକ୍ଷେ କଷ୍ଟକର ହୋଇଥାଏ । କିନ୍ତୁ ପିଲାଙ୍କ ଉଜ୍ଜଳ ଭବିଷ୍ୟତ ଏବଂ ସେମାନଙ୍କ ସ୍ୱପ୍ନ ପୁରଣ ପାଇଁ ଅଭିବାବକମାନେ ବିଭିନ୍ନ ପ୍ରକାର ଲୋନ ମଧ୍ୟ କରିଥାନ୍ତି । ସେଥିମଧ୍ୟରୁ ଗୋଟିଏ ହେଉଛି ଷ୍ଟଡି ଲୋନ୍ । ଏହି ଲୋନ୍ ମାଧ୍ୟରେ ପିଲାଙ୍କ ପାଠପଢା ପୁରଣ ହୋଇପାରିଥାଏ ।  ଯେଉଁଥିରେ ଆୟକର ବିଶେଷ ରିହାତି ପ୍ରଦାନ କରିବାର ବ୍ୟବସ୍ଥା ଅଛି । କିନ୍ତୁ ଅନେକ ଲୋକ ଜାଣନ୍ତି ନାହିଁ ଯେ ଏଜୁକେଶନ୍ ଲୋନ ଜରିଆରେ ସେମାନେ ଆୟକର ଛାଡ ପାଇପାରିବେ । ବର୍ତ୍ତମାନ ଆସନ୍ତୁ ଜାଣିବା କିପରି ପାଇବେ ରିହାତି ।
ଆୟକରରେ କିପରି ପାଇବେ ରିହାତି?

ଆୟକର ଅଧିନିୟମର ଧାରା ୮୦E ଏବଂ ୮୦C ଅନୁଯାୟୀ ଏଜୁକେସନ୍ ଲୋନ୍ ଛାଡ କରାଯାଇପାରିବ । ଏହି ନିୟମ ଅନୁଯାୟୀ, ଯେଉଁମାନେ ଆୟକର ପୈଠ କରନ୍ତି, ଯଦି ସେମାନେ ନିଜ ପିଲାମାନଙ୍କ ପାଇଁ ଏଜୁକେସନ୍ ଲୋନ ନିଅନ୍ତି, ତେବେ ଏହିପରି ବ୍ୟକ୍ତିମାନଙ୍କୁ ଆୟକର ଛାଡ ମିଳିଥାଏ । ଆୟକର ଦାଖଲକାରୀମାନେ ଆୟକର ଦାଖଲ କରିବା ସମୟରେ ଏଥିରେ ଛାଡ ପାଇଁ ଆବେଦନ କରିପାରିବେ । ଯଦି ଆପଣ ଏଜୁକେସନ୍ ଲୋନ ଉପରେ ସୁଧ ଦେବା ପାଇଁ ଟଙ୍କା ଖର୍ଚ୍ଚ କରିଛନ୍ତି, ତେବେ ଆପଣଙ୍କୁ କମ୍ ଆୟକର ଦେବାକୁ ପଡିବ । ତେବେ ଯେଉଁମାନେ ନିଜ ପିଲାଙ୍କ ଉଚ୍ଚ ଶିକ୍ଷା ପାଇଁ ଏଜୁକେସନ ଲୋନ ନେଇଛନ୍ତି ସେମାନେ ଏହି ଆୟକର ଛାଡର ଫାଇଦା ଉଠାଇ ପାରିବେ । କିନ୍ତୁ ଏଥିପାଇଁ ଆପଣ ଆୟକର ଦାତା ହେବା ଆବଶ୍ୟକ । କାରଣ ଆପଣଙ୍କୁ ଏହି ରିହାତି ସିଧା ଉପାୟରେ ନୁହେଁ ବରଂ ଇନକମ୍ ଟ୍ୟାକ୍ସ ଜରିଆରେ ମିଳିଥାଏ ।

ଏହାର ଲାଭ କେତେ ହେବ?

ଆୟକର ଅଧିନିୟମ ଅନୁଯାୟୀ, ଏଜୁକେସନ୍ ଲୋନ୍ ରେ ଗୋଟିଏ ବର୍ଷରେ ୧.୫ ଲକ୍ଷ ପର୍ୟ୍ୟନ୍ତ ଲାଭ ମିଳିପାରିବ। ଯଦି ଉଭୟ ସ୍ୱାମୀ ଏବଂ ସ୍ତ୍ରୀ ଆୟକରଦାତା ଅଟନ୍ତି, ତେବେ ଉଭୟ ଅଲଗା ଫେରସ୍ତ ପାଇଁ ଆବେଦନ କରିପାରିବେ । ଏହା ସେତେବେଳେ ହୋଇ ପାରିବ ଯେତେବେଳେ ଆପଣଙ୍କର ଏକରୁ ଅଧିକ ସନ୍ତାନଥିବ ଏବଂ ଆପଣ ଦୁଇଟି ପିଲାଙ୍କ ଶିକ୍ଷା ପାଇଁ ଏହି ଏଜୁକେସନ୍ ଲୋନ୍ ନେଇଥିବେ ।
କିପରି କରିବେ ଆପ୍ଲାଏ?

ଏଥିପାଇଁ ଆପଣଙ୍କୁ ITR (Income Tax Refund) ବା ଆୟକର ଫେରସ୍ତ ପାଇଁ ଆବେଦନ କରିବାକୁ ପଡିବ ।

ଯେତେବେଳେ ଆପଣ ବ୍ୟାଙ୍କରେ ସୁଧ ଜମା କରୁଛନ୍ତି , ସେତେବେଳେ ବ୍ୟାଙ୍କ ଆପଣଙ୍କୁ ଏନେଇ ଏକ ପ୍ରମାଣପତ୍ର ପ୍ରଦାନ କରିଥାଏ । ତେବେ ଓଞଜ ସହିତ ସେହି ସାର୍ଟିଫିକେଟ୍ ସଂଲଗ୍ନ କରନ୍ତୁ । ଯଦି ତୁମର ଦରମାରୁ ଏହି ଋଣ (ଞଊଝ) କଟାଯାଇଥାଏ, ତେବେ ଆୟକର ଫେରସ୍ତ ପାଇଁ ଆବେଦନ କରିବା ସମୟରେ ଦାବି କରିପାରିବେ ।

Get real time updates directly on you device, subscribe now.