fbpx

ରାଜଧାନୀରେ ସବୁ ସ୍କୁଲ ବନ୍ଦ, ଶିକ୍ଷା ବିଭାଗର ସୂଚନା

Advertisement

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ ବାୟୁ ପ୍ରଦୂଷଣ ଯୋଗୁଁ ଚିନ୍ତା ବଢ଼ିବାରେ ଲାଗିଛି । ଗତ ସପ୍ତାହରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ରାଜଧାନୀରେ ସମସ୍ତ ସ୍କୁଲ କଲେଜକୁ ବନ୍ଦ କରିଦିଆଯାଇଛି । ପରବର୍ତ୍ତୀ ଆଦେବ ପର୍ଯ୍ୟନ୍ତ ଦିଲ୍ଲୀରେ ସମସ୍ତ ସ୍କୁଲ ବନ୍ଦ ରହିବ । ପ୍ରଦୂଷଣ ବଢ଼ୁଥିବାରୁ ସ୍କୁଲ ବନ୍ଦ ଘୋଷଣା କରିଛନ୍ତି ରାଜ୍ୟ ସରକାର । ସ୍କୁଲ ବନ୍ଦ ସମୟରେ ଅନଲାଇନ୍ କ୍ଲାସ ଚାଲୁ ରହିବ ।

ଏହା ବ୍ୟତୀତ ସମସ୍ତ ସରକାରୀ ଅଫିସଗୁଡିକୁ ମଧ୍ୟ ଗୋଟିଏ ସପ୍ତାହ ଅର୍ଥାତ୍ ୨୧ ନଭେମ୍ବର ପର୍ଯ୍ୟନ୍ତ ୱାର୍କ ଫର୍ମ ହୋମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏବେ ଶିକ୍ଷା ବିଭାଗ ଶିକ୍ଷାନୁଷ୍ଠାନ ପାଇଁ ଗାଇଡ଼ଲାଇନ୍ ଜାରି କରିଛି ।

Get real time updates directly on you device, subscribe now.