ମାସକୁ କେତେଥର ମିଠା ଖାଇପାରିବେ ମଧୁମେହ ରୋଗୀ, ଜାଣନ୍ତୁ ଏହାର ଉତ୍ତର
ମିଠା ଖାଇପାରିବେ ଡାଇବେଟିସ୍ ରୋଗୀ । ଖାଇବା ପରେ ସୁଗାର ଚେକ୍ କରନ୍ତୁ ।
ଓଡ଼ିଶା ଭାସ୍କର: ମଧୁମେହ ରୋଗୀଙ୍କୁ ସବୁବେଳେ କୁହାଯାଏ ମିଠାଠାରୁ ଦୂରରେ ରହିବା ପାଇଁ । କିନ୍ତୁ ଏହାର ଅର୍ଥ ନୁହେଁ ଡାଇବେଟିସ୍ ରୋଗୀ ମିଠା ଖାଇପାରିବେ ନାହିଁ ।
ବିଶ୍ୱରେ ସବୁଠାରୁ ଅଧିକ ମଧୁମେହ ରୋଗୀ ଭାରତରେ ଅଛନ୍ତି । ଦୁନିଆର ୧୭% ରୋଗୀ ଭାରତରେ ଅଛନ୍ତି ।
ଡାଇବେଟିସ୍ ରୋଗରେ ବ୍ଲଡରେ ସୁଗାର ଲେବୁଲ ବଢ଼ିଯାଏ । ଯାହାଫଳରେ ମିଠା ଜାତୀୟ ଖାଦ୍ୟ ଖାଇବାକୁ ମନା କରାଯାଏ । କିନ୍ତୁ ନିୟନ୍ତ୍ରଣରେ ରହି ଏହି ରୋଗୀମାନେ ମିଠା ଖାଇପାରିବେ ।
ଯଦି କୌଣସି ରୋଗୀଙ୍କ ବ୍ଲଡ ସୁଗାର କଣ୍ଟ୍ରୋଲରେ ରହିଛି ତେବେ ସେମାନେ ମାସକୁ ୨ରୁ ୩ ଥର ଅଳ୍ପ ପରିମାଣର ମିଠା ଖାଇପାରିବେ କିନ୍ତୁ ଏହା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ଓ ଚେକଅପ୍ କରିନେବା ଏକାନ୍ତ ଜରୁରୀ ।
ପ୍ରତ୍ୟେକ ଲୋକଙ୍କ ହେଲ୍ଥ କଣ୍ଡିଶନ୍ ଅଲଗା ହୋଇଥାଏ । ମିଠା ସାଙ୍ଗକୁ ପ୍ରୋଟିନ୍ ଏବଂ ଫାଇଭର ଯୁକ୍ତ ଖାଦ୍ୟ ଗ୍ରହଣ କରିବା ଏହି ରୋଗୀଙ୍କ ପାଇଁ ଭଲ ହୋଇଥାଏ ।
ମିଠା ଖାଇବା ପରେ ସୁଗାର ଲେବୁଲ୍ ଚେକ୍ କରିବା ଆବଶ୍ୟକ । ମଦୁମେହ ରୋଗୀମାନେ ସୁଗାର ଫ୍ରି ମିଠା ଖାଇପାରିବେ ।