fbpx

Parenting Tips: ଶିଶୁଙ୍କୁ ଏତିକି ସମୟରୁ ଅଧିକ ପିନ୍ଧାନ୍ତୁନି ଡାଏପର, ହୋଇପାରେ ଅସୁବିଧା

Advertisement

ଓଡ଼ିଶା ଭାସ୍କର: ଶିଶୁଙ୍କୁ ଡାଏପର ପିନ୍ଧାଇବା ପରେ ମାଆ-ବାପାଙ୍କ ଚିନ୍ତା ଦୂର ହୋଇଥାଏ । ଏଥିପାଇଁ ସେମାନେ ଦିନସାରା ପିଲାଙ୍କୁ ଡାଏପର ପିନ୍ଧାଇକି ରଖନ୍ତି । କିନ୍ତୁ ଏହି ଉପାୟ ଭୁଲ ଅଟେ । ଆସନ୍ତୁ ଜାଣିବା ଆପଣଙ୍କ ଶିଶୁକୁ କେତେ ସମୟ ପର୍ଯ୍ୟନ୍ତ ଡାଏପର ପିନ୍ଧାଇବା ଆବଶ୍ୟକ ଏବଂ ଯଦି ଏହାଠାରୁ ଅଧିକ ସମୟ ପର୍ଯ୍ୟନ୍ତ ଡାଏପର ପିନ୍ଧାଯାଏ ତେବେ କେଉଁ ଅସୁବିଧା ହୋଇପାରେ ।

ଗଜିୟାବାଦର ଶିଶୁ ଡାକ୍ତର ଆଶୀଷ ପ୍ରକାଶଙ୍କ କହିବାନୁଯାୟୀ, ଶିଶୁଙ୍କୁ ୨ଘଣ୍ଟାରୁ ଅଧିକ ଡାଏପର ପିନ୍ଧାଇବା ଆବଶ୍ୟକ ନୁହେଁ । କାରଣ ଅଧିକ ସମୟ ଯାଏଁ ଡାଏପର ପିନ୍ଧାଇବା ଶିଶୁଙ୍କ ତ୍ୱଚାରେ ପବନ ବାଜିନଥାଏ ଏବଂ ସେମାନଙ୍କୁ ଚର୍ମ ସମସ୍ୟା ହୋଇପାରେ । ଯଦି ଆପଣ ଏହାକୁ ଅଧିକ ସମୟ ଯାଏଁ ପିନ୍ଧାଉଛନ୍ତି ତେବେ ଏତିରେ ସେମାନଙ୍କୁ ସ୍କିନ ରାସେଜ, କୁଣ୍ଡାଇହେବା ସମସ୍ୟା ହୋଇପାରେ । ସାଧାରଣତଃ ଶିଶୁଙ୍କ ଚର୍ମ କୋମଳ ହୋଇଥାଏ । ଯଦି ଆପଣ ଡାଏପର ପିନ୍ଧାଉଛନ୍ତି ତେବେ ମଝିରେ ମଝିରେ ଚେକ କରନ୍ତୁ , ତାହା ଭିଜିଯାଇଛି ନା ନାହିଁ ।

ଡା. ଆଶୀଷ ପ୍ରକାଶ କହିଛନ୍ତି ଯେ, ଶିଶୁଙ୍କର ଡାଏପର ପ୍ରତି ଦୁଇ ଘଣ୍ଟାରେ ଥରେ ବଦଳାଇବା ଆବଶ୍ୟକ । ଡାଏପର ଯୋଗୁଁ ଏୟାର ପାସ ହୋଇନଥାଏ । ଯେଉଁଥିରେ ଶିଶୁଙ୍କ ସ୍କିନକୁ ପବନ ବାଜିନଥାଏ । ଡାଏପର ଚେଞ୍ଜ କରିବା ସମୟରେ କିଛି ସମୟ ପାଇଁ ତାକୁ ଖୋଲା ଛାଡିଦିଅନ୍ତୁ । ତା’ପରେ ଡାଏପର ପିନ୍ଧାନ୍ତୁ । ଯଦି ଆପଣ ଘରେ ରହୁଛନ୍ତି ତେବେ କପଡା ବ୍ୟବହାର କରନ୍ତୁ । ଏହା ଡାଏପର ତୁଳନାରେ କମ କ୍ଷତି ପହଞ୍ଚାଇଥାଏ ।

Get real time updates directly on you device, subscribe now.