fbpx

ଜୁଲାଇରେ କେମିତି ରହିବ ମୌସୁମୀର ମିଜାଜ?: ଗରମରୁ ମିଳିବ କି ମୁକ୍ତି

ନୂଆଦିଲ୍ଲୀ: ମୌସୁମୀର ଆଗମନରେ ବିଭିନ୍ନ ରାଜ୍ୟରେ ବର୍ଷା ଆରମ୍ଭ ହୋଇଯାଇଛି । ତେବେ ମୌସୁମୀ ଛୁଇଁବାର ୧୫ ଦିନ ପରେ ମଧ୍ୟ ଅନେକ ସ୍ଥାନରେ ବର୍ଷା ଆଶାନୁରୂପ ବର୍ଷା ହୋଇନାହିଁ । ଯାହା ଫଳରେ ଏବେ ବି କିଛି ରାଜ୍ୟରେ ଗରମ ଅନୁଭୂତ ହେଉଛି । ତେବେ ଜୁଲାଇ ମାସରେ ମୌସୁମୀ କିପରି ରହିବ ସେ ନେଇ ଏବେ ଆକଳନ କରାଯାଉଛି । ତେବେ ଜୁଲାଇ ଏ ପ୍ରଶ୍ନ ନେଇ ପାଣିପାଗ ବିଭାଗ ତରଫରୁ ସୂଚନା ଜାରି କରାଯାଇଛି ।

ଜୁଲାଇରେ ଉତ୍ତର ଭାରତର କିଛି ଅଂଶ ସମେତ ମଧ୍ୟ ଭାରତ ଏବଂ ଦକ୍ଷିଣ ଭାରତର ଅଧିକାଂଶ ଅଞ୍ଚଳରେ ସାମାନ୍ୟ କିମ୍ବା ସାମାନ୍ୟରୁ ଟିକିଏ ଅଧିକ ବର୍ଷା ହେବା ନେଇ ସମ୍ଭାବନା ରହିଛି । ଏହି ମାସରେ ପୂର୍ବ, ପୂର୍ବୋତ୍ତର ଭାରତର କିଛି ଅଂଶ ଏବଂ ପୂର୍ବ ମଧ୍ୟ ଭାରତର ପାଶ୍ୱର୍ବର୍ତ୍ତୀ ଅଞ୍ଚଳ ସହିତ ପଶ୍ଚିମ-ଦକ୍ଷିଣ ପ୍ରାୟଦ୍ୱିପୀୟ ଭାରତର କିଛି ଅଂଶରେ ମଧ୍ୟ ବର୍ଷା ହେବା ନେଇ ଆଶଙ୍କା କରିଛି ଭାରତୀୟ ପାଣିପାଗ କେନ୍ଦ୍ର ।

ଦେଶରେ ଜୁଲାଇ ମାସରେ ୯୪% ରୁ ୧୦୬% ବର୍ଷା ହେବାର ସମ୍ଭାବନା ରହିଛି । ଜୁଲାଇରେ ଦେଶର ଅଧିକାଂଶ ସ୍ଥାନରେ ସାମାନ୍ୟ କିମ୍ବା ଟିକିଏ ଅଧିକ ପରିମାଣର ତାପମାତ୍ରା ରହିପାରେ । ତେବେ ଏହି ମାସରେ ଦେଶବାସୀ ଅସହ୍ୟ ଗରମରୁ ମୁକ୍ତି ପାଇବେ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Get real time updates directly on you device, subscribe now.