fbpx

ହ୍ୱାଟ୍ସଆପରେ ଆପଣଙ୍କୁ କିଏ କରିଛନ୍ତି ବ୍ଲକ୍? ୧ ମିନିଟରେ ଏପରି ଜାଣନ୍ତୁ

ଦୁନିଆରେ ସବୁଠାରୁ ଲୋକପ୍ରିୟ ମେସେଜିଂ ଆପ୍ ହ୍ୱାଟ୍ସଆପର ବ୍ୟବହାର ତ ସମସ୍ତେ କରିଥାନ୍ତି । ଏହି ଆପ୍ କେବଳ ଚାଟିଂ ପାଇଁ ନୁହେଁ ବରଂ ଭଏସ୍ କଲ ଓ ଭିଡିଓ କଲିଂ ପାଇଁ ବି ଅଧିକ ଲୋକପ୍ରିୟ । ଅନେକ ଥର ଆପଣଙ୍କ ବନ୍ଧୁ ଆପଣଙ୍କୁ ବ୍ଲକ କରିଦିଅନ୍ତୁ , କିନ୍ତୁ ଆପଣଙ୍କୁ ଏହା ଜଣାନଥାଏ । ବାରମ୍ବାର ମେସେଜ ପଠାଇବା ପରେ ବି ଯଦି ଡବଲ୍ ଟିକ୍ ନହୁଏ, ତେବେ ଜାଣିବେ ଯେ ସେ ଆପଣଙ୍କୁ ବ୍ଲକ କରିଛନ୍ତି । ତେବେ ଆସନ୍ତୁ ଜାଣିବା କିଛି ସହଜ ଉପାୟ, ଯାହା ସାହାଯ୍ୟରେ ଆପଣଙ୍କୁ କିଏ ବ୍ଲକ କରିଛି ତାହା ଜାଣିପାରିବେ ।

ଯାଞ୍ଚ କରିବାର ସବୁଠାରୁ ସହଜ ଉପାୟ ମଧ୍ୟରେ ଗୋଟିଏ ହେଉଛି ଲାଷ୍ଟ ସିନ୍ । ବ୍ଲକ୍ ହେବା ପରେ ବ୍ୟକ୍ତିଙ୍କ ଲାଷ୍ଟି ସିନ୍ ନଜର ଆସିବା ବନ୍ଦ ହୋଇଯିବ । ଏହା ସହ ୟୁଜରଙ୍କ ପାଖରେ ଅନଲାଇନ୍ ଷ୍ଟାଟସ୍ ମଧ୍ୟ ଆପଣଙ୍କୁ ଦେଖାଯିବନାହିଁ ।

ଏହା ବ୍ୟତୀତ ଆପଣ ସେହି ବ୍ୟକ୍ତିର ପ୍ରୋଫାଇଲ ଚେକ୍ କରିବେ । ଯଦି ଫଟୋ ନଆସେ, ତେବେ ସେହି ବ୍ୟକ୍ତି ଆପଣଙ୍କୁ ବ୍ଲକ କରିଛନ୍ତି । ବେଳେବେଳେ ଅନେକ ବ୍ୟକ୍ତି ନିଜର ଫଟୋ ରଖନ୍ତି ନାହିଁ । ଏଥିପାଇଁ ଆପଣ ତାଙ୍କୁ ହ୍ୱାଟ୍ସଆପ୍ କଲ୍ ବି କରିପାରିବେ । ଯଦି କଲ୍ ନଯାଏ, ତେବେ ଜାଣିବେ ଯେ ସେ ଆପଣଙ୍କୁ ବ୍ଲକ କରିଛନ୍ତି ।

Get real time updates directly on you device, subscribe now.