fbpx

ମଧୁମେହ (ଡାଇବେଟିସ) କୁ ନିୟନ୍ତ୍ରଣ କରିବାର ଉପାୟ ଜାଣନ୍ତୁ

ଆଜିକାଲି ମଧୁମେହ ବା ଡାଇବେଟିସ୍ ଏକ ସାଧାରଣ ରୋଗ ହୋଇଗଲାଣି । ପ୍ରତି ଘରେ କେହି ନା କେହି ଏହି ରୋଗରେ ପୀଡିତ । ବ୍ଲଡ ସୁଗରର ସ୍ତର ନିୟନ୍ତ୍ରିତ ନହେବା ଯୋଗୁଁ ମଧୁମେହ ହୋଇଥାଏ । ଯଦି ସାବଧାନତା ଅବଲମ୍ବନ କରାନଯାଏ ତେବେ ଆପଣଙ୍କ ଆଖି, କିଡନୀ ଓ ହାର୍ଟ ଉପରେ ପ୍ରଭାବ ପଡିଥାଏ ।

ଜୀବନଶୈଳୀ ଓ ଡାଇଟରେ ପରିବର୍ତ୍ତନ କରି ସହଜରେ ମଧୁମେହକୁ କଣ୍ଟ୍ରୋଲ କରିହେବ । ଯେଉଁ ଖାଦ୍ୟରେ ଗ୍ଲାଇକୋମିକ୍ ଇଣ୍ଡେକ୍ସ କମ୍ ଥିବ, ଫାଇଭର ଓ ପ୍ରୋଟିନ୍ ଅଧିକ ଥିବ ତାକୁ ସେବନ କରିବା ଉଚିତ୍ । ଆସନ୍ତୁ ଜାଣିବା ବ୍ଲଡ ସୁଗର କଣ୍ଟ୍ରୋଲ କରିବାର କିଛି ସହଜ ଟିପ୍ସ…

ସକାଳର ଶୁଭାରମ୍ଭ ମେଥି ପାଣିରେ କରିବା ଉଚିତ୍ । କିଛି ମେଥି ରାତିରେ ଭିଜାଇ ରଖି ଦିଅନ୍ତୁ ଏବଂ ସକାଳେ ସେହି ପାଣି ପିଅନ୍ତୁ । ମେଥି ମଞ୍ଜିରେ ଫାଇବର ମାତ୍ରା ବହୁତ ଅଧିକ ଥାଏ ଯାହାକି ସୁଗରର ଶୋଷିବା ଗତିକୁ ଧିର କରିଥାଏ । ଏହା ଆପଣଙ୍କ ଶରୀରରେ ଥିବା ବିଷାକ୍ତ ପଦାର୍ଥକୁ ବାହାର କରିବାରେ ମଧ୍ୟ ସାହାଯ୍ୟ କରିଥାଏ ।

ଭିଜା ବାଦାମକୁ ଖାଇବା ଫଳରେ ହେଲ୍ଦି ଫ୍ୟାଟ୍ ଓ ଭଲ ଗୁଣବତ୍ତା ଯୁକ୍ତ ପ୍ରୋଟିନ୍ ମିଳିଥାଏ । ଭିଜା ବାଦାମ ଚୋପାରେ ଟେନିନ୍ ଥାଏ ଯାହାକି ପୋଷକ ତତ୍ତ୍ୱର ଅବଶୋଷଣରେ ବାଧା ସୃଷ୍ଟି କରିଥାଏ ।

ପ୍ରୋଟିନ୍ ଓ ଫାଇବର ଯୁକ୍ତ ବ୍ରେକଫାଷ୍ଟ କରନ୍ତୁ । ମଞ୍ଜି ଜାତୀୟ ଖାଦ୍ୟ ଓ ଅଣ୍ଡା ଆଦି ଖାଆନ୍ତୁ । ଅଧିକ ଫାଇବର ଯୁକ୍ତ ଖାଦ୍ୟ ଧିରେ ଧିରେ ହଜମ ହୋଇଥାଏ ଏବଂ ବ୍ଲଡ ସୁଗର ନିୟନ୍ତ୍ରିତ ହୋଇଥାଏ । ଓଟ୍ସ ଇଡଲି, ମୁଗ, ଡାଲି ଜାତୀୟ ଖାଦ୍ୟ ବ୍ରେକଫାଷ୍ଟରେ ସାମିଲ କରନ୍ତୁ ।

ଫଲର ଜୁସ୍ ବଦଳରେ ଫଳ ସେବନ କରନ୍ତୁ । ପ୍ୟାକେଟବନ୍ଦ ଫଳର ଜୁସରେ ଅଧିକାଂଶ ଫାଇବର ବାହାରିଯାଏ ଏବଂ ସୁଗର ମାତ୍ରା ଅଧିକ ହୋଇଯାଏ । ଡାଇବେଟିସରେ ଜୁସ୍ ଆପଣଙ୍କୁ କ୍ଷତି ପହଞ୍ଚାଇପାରେ । ଏଥିପାଇଁ ଜୁସ୍ ବଦଳରେ ସିଧା ଫଳ ଖାଆନ୍ତୁ ।

ଶରୀରରେ ଜଳୀୟଅଂଶକୁ ନିୟନ୍ତ୍ରିତ କରିବା ପାଇଁ ଲେମ୍ବୁ ପାଣି, ହର୍ବାଲ ଟି ଆଦି ସେବନ କରନ୍ତୁ । ନଚେତ୍ ଆପଣଙ୍କ ବ୍ଲଡ ସୁଗର ଅନିୟନ୍ତ୍ରିତ ହୋଇପାରେ । ଏବେ ପ୍ରତିଦିନ ସକାଳୁ ଏହି ଜିନିଷ ଉପରେ ଧ୍ୟାନ ଦିଅନ୍ତୁ ଏବଂ ମଧୁମେହକୁ କାବୁରେ ରଖନ୍ତୁ ।

Get real time updates directly on you device, subscribe now.