ହ୍ବାଟ୍ସଆପରେ ମାଟ୍ରିକ ସାର୍ଟିଫିକେଟ୍ ପାଇବାକୁ ଚାହୁଁଛନ୍ତି କି? ଫଲୋ କରନ୍ତୁ ଏହି ଷ୍ଟେପ୍
ଓ୍ବେବସାଇଟରେ ଡିଜିଟାଲ ସାର୍ଟିଫିକେଟ୍ ।
ଭୁବନେଶ୍ବର: ବାହାରିଛି ମାଟ୍ରିକ ପରୀକ୍ଷା ଫଳ । ମାଧ୍ୟମିକ ଶିକ୍ଷା ପରିଷଦ ଓ୍ବେବସାଇଟରେ ଫଳ ଉପଲବ୍ଧ ହୋଇଛି । ତେବେ ପାସ୍ କରିଥିବା ଛାତ୍ରଛାତ୍ରୀମାନେ ଘରେ ବସି ମଧ୍ୟ ସେମାନଙ୍କର ଡିଜିଟାଲ ପାଇବା ନେଇ ବୋର୍ଡ ପକ୍ଷରୁ ବ୍ୟବସ୍ଥା କରାଯାଇଛି । ହ୍ବାଟ୍ସଆପରେ ମେସେଜ କଲେ ଆସିଯିବ ସାର୍ଟିଫିକେଟ୍ ।
ଏନେଇ ବୋର୍ଡ ପକ୍ଷରୁ ଏକ ନମ୍ବର ମଧ୍ୟ ଜାରି କରାଯାଇଛି । 7710085192 ମେସେଜ କରି ଛାତ୍ରଛାତ୍ରୀମାନେ ଆରାମରେ ନିଜର ସାର୍ଟିଫିକେଟ ପାଇପାରିବେ । ତେବେ ଏହା ସମ୍ପୁର୍ଣ୍ଣ ଦେୟମୁକ୍ତ ।
ଛାତ୍ରଛାତ୍ରୀମାନେ ଓ୍ବେବସାଇଟରୁ ଯେତେଥର ଡିଜିଟାଲ ସାର୍ଟିଫିକେଟ୍ ବାହାର କରିଲେ ମଧ୍ୟ ଦେୟ ଦେବାକୁ ପଡିବ ନାହିଁ । କିନ୍ତୁ ଏହାର ସଧ୍ୟ ସମୟସୀମା ରହିଛି ।
7 ଦିନ ଭିତରେ ଡାଉନଲୋଡ କଲେ ଦେୟ ଦେବାକୁ ପଡିବ ନାହିଁ । କିନ୍ତୁ 7 ଦିନ ପରେ ଡାଉନଲୋଡ କଲେ ଥରକୁ 500 ଟଙ୍କା ଦେବାକୁ ହେବ । ଏନେଇ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି ।
ସୋପାନ-
ପ୍ରଥମେ ହ୍ବାଟ୍ସଆପ୍ ନମ୍ବର ସେଭ୍ କରନ୍ତୁ
ଏହାପରେ ବିଏସଇ ଟାଇପ୍ କରନ୍ତୁ
ଏଏଚଏସସି, ଏସଓଏସସି ଓ ମଧ୍ୟମା ଚୟନ କରନ୍ତୁ । ଏହାପରେ 2025କୁ ସିଲେକ୍ଟ କରନ୍ତୁ ।
ରୋଲ୍ ନମ୍ବର ଦେଇ ଜନ୍ମ ତାରିଖ ଦିଅନ୍ତୁ ।
ଏହାପରେ ମୋବାଇଲ ନମ୍ବର ଦେବା ପାଇଁ ଏକ ଅପ୍ସନ ଆସିବ ଏଥିରେ ଏଣ୍ଟ୍ରି କଲା ପରେ ଏକ ଓଟିପି ଆସିବ ।
ଓଟିପି ଦେବା ପରେ ଆସିଯିବ ଡିଜିଟାଲ ସାର୍ଟିଫିକେଟ ।