fbpx

ଭୁଲରେ ଅନ୍ୟ ଆକାଉଣ୍ଟକୁ ପେମେଣ୍ଟ କରିଦେଇଛନ୍ତି: ଜାଣନ୍ତୁ କେମିତି ଫେରିପାଇବେ ଆପଣଙ୍କ ଟଙ୍କା

ନୂଆଦିଲ୍ଲୀ: ଆଜିକାଲି ସମସ୍ତେ ଡିଜିଟାଲ ପେମେଣ୍ଟ ଉପରେ ବିଶେଷ ଗୁରୁତ୍ୱ ଦେଉଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ ପରେ ୟୁପିଆଇ ମାଧ୍ୟମରେ ଟଙ୍କା ନେଣଦେଣ ଖୁବ ବୃଦ୍ଧି ପାଇବାରେ ଲାଗିଛି । କିନ୍ତୁ ବେଳେବେଳେ ଅନ୍ୟମନସ୍କତାରୁ ଆମେ ଭୁଲ ଆକାଉଣ୍ଟକୁ ଟଙ୍କା ପଠାଇ ଦେଇଥାଉ । ତେବେ ଏମିତି ପରିସ୍ଥିତିରେ ଆପଣ କ’ଣ କରିବେ ଏବଂ କେମିତି ଫେରିପାଇବେ ଆପଣଙ୍କ ଟଙ୍କା? ଆସନ୍ତୁ ଜାଣିବା ଏହାର ଉତ୍ତର

ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆର ଗାଇଲଶଇନ ଅନୁଯାୟୀ, ୟୁଜରଙ୍କୁ ସର୍ବପ୍ରଥମେ ପେମେଣ୍ଟ ସର୍ଭିସ ପ୍ରେଭାଇଡରକୁ ଏ ସମ୍ପର୍କରେ ରିପୋର୍ଟ କରନ୍ତୁ । ଗୁଗଲ-ପେ, ଫୋନ-ପେ କିମ୍ବା ପେଟିଏମର କେୟାର ସପୋର୍ଟରେ କଲ କରି ଆପଣଙ୍କୁ ଏହି ପ୍ରସଙ୍ଗରେ ତଥ୍ୟ ଦେବାକୁ ପଡିବ । ଏଠାରେ ମାମଲାକୁ ଫ୍ଲାଗ କରିବା ସହ ନିଜ ଟଙ୍କା ଫେରସ୍ତ ପାଇଁ ଅପିଲ କରିପାରିବେ । ତେବେ ଯଦି ୟୁଜରଙ୍କୁ କଷ୍ଟମର କେୟାରଙ୍କ ପକ୍ଷରୁ କୌଣସି ସାହାଯ୍ୟ ନ ମିଳେ, ତେବେ ଏନପିସିଆଇ ପୋର୍ଟାଲରେ ଅଭିଯୋଗ କରି ଟଙ୍କା ଫେରି ପାଇବେ ।

କେମତି କରିବେ ଅଭିଯୋଗ?

ପ୍ରଥମେ ଏନପିସିଆଇର ଅଫିସିଆଲ ୱେବସାଇଟରେ “What we do tab”ରେ କ୍ଲିକ କରନ୍ତୁ
ଏହାପରେ UPI Id ଉପରେ କ୍ଲିକ କରନ୍ତୁ
ଏଠାରେ “Dispute Redressal Mechanism” ଅପ୍ସନକୁ ସିଲେକ୍ଟ କରନ୍ତୁ
ଟ୍ୟାଞ୍ଜାକ୍ସନ ଡିଟେଲ୍ସ ଦେବା ପରେ କାରଣରେ “Incorrectly transferred to another account”କୁ ସିଲେକ୍ଟ କରନ୍ତୁ
ଏହାପରେ ଆପଣଙ୍କ ଅଭିଯୋଗ ଦାୟର ହୋଇଯିବ ।

ତେବେ ଏହି ଅଭିଯୋଗ କରିବା ପରେ ମଧ୍ୟ ଯଦି ସମାଧାନ ନ ମିଳେ ତେବେ ପେମେଣ୍ଟ ସର୍ଭିସ ପ୍ରୋଭାଇଡର ବ୍ୟାଙ୍କ ଏବଂ ଯେଉଁ ଆକାଉଣ୍ଟକୁ ଟଙ୍କା ପଠାଯାଇଛି ସେହି ବ୍ୟାଙ୍କ ନିକଟକୁ ଅଭିଯୋଗପତ୍ର ପଠାନ୍ତୁ ।

Get real time updates directly on you device, subscribe now.