fbpx

ସ୍ୱାମୀ ସହ ରହିବାକୁ ଚାହୁଁଥିଲେ ୨ ପତ୍ନୀ: କୋର୍ଟ ଅଜବ ରାୟ ଶୁଣି ଦୁହେଁ ହୋଇଗଲେ ଖୁସି

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଉଜ୍ଜୈନ ସ୍ଥିତ ମହିଳା ପୋଲିସ ଷ୍ଟେସନର କାଉନସେଲିଂ ସେଣ୍ଟରରୁ ଏକ ଅଜବ ମାମଲା ସାମ୍ନାକୁ ଆସିଛି । ଏଠାରେ ଦୁଇ ପତ୍ନୀ ଯୁକ୍ତିତର୍କ କରୁଥିଲେ ଯେ, ସେମାନଙ୍କୁ ନିଜ ସ୍ୱାମୀଙ୍କ ସହିତ ରହିବାକୁ ଦିଆଯାଉ ।

ଉଭୟ ପତ୍ନୀ ସ୍ୱାମୀଙ୍କୁ ଛାଡିବାକୁ ଚାହୁଁନଥିଲେ । ଏହା ଉପରେ କାଉନସେଲିଂ କୋର୍ଟ ସ୍ୱାମୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ, ତାଙ୍କୁ ଗୋଟିଏ ମାସରେ ପ୍ରଥମ ପତ୍ନୀଙ୍କ ସହ ୧୫ ଦିନ ଏବଂ ଦ୍ୱିତୀୟ ପତ୍ନୀଙ୍କ ସହିତ ୧୫ ଦିନ ରହିବାକୁ ପଡିବ । ତାଙ୍କୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ଯେ, ବର୍ତ୍ତମାନ ସେମାନଙ୍କ ମଧ୍ୟରେ କୌଣସି ଝଗଡା ହେବା ଉଚିତ୍ ନୁହେଁ ।

ସୂଚନା ମୁତାବକ, ଘାଟିଆରେ ରହୁଥିବା ଜଣେ ବ୍ୟକ୍ତି ୧୫ ବର୍ଷ ପୂର୍ବେ ବାମୋରାରେ ରହୁଥିବା ଜଣେ ମହିଳାଙ୍କୁ ବିବାହ କରିଥିଲେ । କିଛି ସମୟ ପାଇଁ ସ୍ୱାମୀ-ସ୍ତ୍ରୀ ମଧ୍ୟରେ ସବୁକିଛି ଠିକ୍ ଚାଲିଥିଲା ଏବଂ ସେମାନଙ୍କର ମଧ୍ୟ ଏକ ପୁଅ ହେଲା । କିନ୍ତୁ ଧୀରେ ଧୀରେ ସ୍ୱାମୀ ଏବଂ ସ୍ତ୍ରୀ ମଧ୍ୟରେ ଝଗଡ଼ା ଆରମ୍ଭ ହେଲା । ବଢ଼ୁଥିବା ଝଗଡ଼ା କୋର୍ଟରେ ପହଞ୍ଚିଥିଲା । କୋର୍ଟରେ ବିବାଦର ସମାଧାନ ପାଇଁ ପ୍ରାୟ ୧୫ ବର୍ଷ ସମୟ ଲାଗିଥିଲା ଏବଂ ରାୟ ଶୁଣାଯାଇଥିଲା ଯେ ଯୁବକଙ୍କୁ ତାଙ୍କ ପତ୍ନୀଙ୍କ ସହ ରହିବାକୁ ପଡିବ ।

ଦ୍ୱିତୀୟ ପତ୍ନୀ ସ୍ୱାମୀଙ୍କୁ ଛାଡି ଉଜ୍ଜୈନକୁ ଆସିଥିଲେ:-

କୋର୍ଟ ଯୁବକଙ୍କୁ ତାଙ୍କ ପତ୍ନୀଙ୍କୁ ନିଜ ସହିତ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ସମସ୍ୟା ଉପୁଜିଥିଲା ଯେ, ଏହି ୧୫ ବର୍ଷ ମଧ୍ୟରେ ଯୁବକ ଜଣକ ଅନ୍ୟ ଜଣେ ମହିଳାଙ୍କୁ ପୁନଃବିବାହ କରିଥିଲେ, ଯାହାଫଳରେ ତାଙ୍କର ଦୁଇଟି ସନ୍ତାନ ଜନ୍ମ ହୋଇଥିଲେ । କୋର୍ଟଙ୍କ ନିଷ୍ପତ୍ତି ପରେ ଯୁବକଙ୍କ ପ୍ରଥମ ପତ୍ନୀ ତାଙ୍କ ସହ ରହିବାକୁ ଯାଇଥିଲେ, ଯେଉଁ କାରଣରୁ ଯୁବକଙ୍କର ଘରେ ପୁଣି ଭୂକମ୍ପ ହୋଇଥିଲା, କାରଣ ଉଭୟ ପତ୍ନୀ ସ୍ୱାମୀଙ୍କ ସହ ଏକାଠି ରହିବାକୁ ଚାହୁଁନଥିଲେ । ଯାହାଫଳରେ ପୁଣି ସେମାନଙ୍କ ମଧ୍ୟରେ ବିବାଦ ଆରମ୍ଭ ଥିଲା । ଯୁବକଙ୍କର ଦ୍ୱିତୀୟ ପତ୍ନୀ ସ୍ୱାମୀଙ୍କୁ ଛାଡି ଉଜ୍ଜୈନ ସ୍ଥିତ ତାଙ୍କ ବାପଘରକୁ ଚାଲିଆସିଥିଲେ ।

ପରିବାର ପରାମର୍ଶ କେନ୍ଦ୍ରରେ ଅଭିଯୋଗ କରାଯାଇଥିଲା :-
ଯୁବକଙ୍କର ଦ୍ୱିତୀୟ ପତ୍ନୀ ମହିଳା ପୋଲିସ ଷ୍ଟେସନର ପରିବାର ପରାମର୍ଶ କେନ୍ଦ୍ରରେ ଅଭିଯୋଗ କରିଥିଲେ ଯେ, ତାଙ୍କୁ ମଧ୍ୟ ତାଙ୍କ ଅଧିକାର ଦିଆଯାଉ ଏବଂ ତାଙ୍କ ସ୍ୱାମୀଙ୍କ ସହ ରହିବାକୁ ଅନୁମତି ଦିଆଯାଉ । ଏହି ସମସ୍ୟାର ସମାଧାନ ପାଇଁ ପରିବାର ପରାମର୍ଶ କେନ୍ଦ୍ର ଯୁବକ ଏବଂ ତାଙ୍କ ଦୁଇ ପତ୍ନୀଙ୍କୁ ପରାମର୍ଶ କେନ୍ଦ୍ରକୁ ଡାକି ଅନେକ ଥର ବୁଝାଇଥିଲେ, କିନ୍ତୁ ଯେତେବେଳେ ଉଭୟ ପତ୍ନୀ କିଛି ବୁଝିବାକୁ ପ୍ରସ୍ତୁତ ନଥିଲେ, ପରିବାର ପରାମର୍ଶ କେନ୍ଦ୍ରର କୋର୍ଟ ଏକ ନିଆରା ନିଷ୍ପତ୍ତି ନେଇଥିଲେ । ଏହି ନିଷ୍ପତ୍ତିରେ ସ୍ୱାମୀ ପ୍ରଥମ ପତ୍ନୀ ସହିତ ୧୫ ଦିନ ଏବଂ ଦ୍ୱିତୀୟ ପତ୍ନୀ ୧୫ ଦିନ ରହିବା ସହିତ ତାଙ୍କୁ ପିଲାମାନଙ୍କର ଯତ୍ନ ନେବା ଦାୟିତ୍ୱ ମଧ୍ୟ ଦିଆଯାଇଛି ।

Get real time updates directly on you device, subscribe now.