fbpx

କିପରି ହେବ ପିପିଲି ଉପନିର୍ବାଚନର ଭୋଟ ଗଣତି? ଜାଣନ୍ତୁ ସିଇଓଙ୍କ ଉତ୍ତର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୁରୀ ପିପିଲି ବିଧାନସଭା ଆସନ ପାଇଁ ମତଦାନ ସରିଛି । ଏହି ଉପନିର୍ବାଚନର ଭୋଟ୍ ଗଣତି ଆସନ୍ତାକାଲିଠାରୁ ଆରମ୍ଭ ହେବ । ଭୋଟ ଗଣତି ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନି ସୂଚନା ନେଇଛନ୍ତି । ସେ କହିଛନ୍ତି ଯେ, ‘ସମସ୍ତ କୋଭିଡ କଟକଣା ଭିତରେ ଭୋଟ୍ ଗଣତି ହେବ । ସକାଳ ୮ଟାରୁ ଭୋଟ ଗଣତି ପ୍ରକ୍ରିୟା ଆରମ୍ଭ ହେବ । ୮ଟାରୁ ୮.୩୦ ପର୍ଯ୍ୟନ୍ତ ପୋଷ୍ଟାଲ ବାଲାଟ ଗଣତି ହେବ । ସାଢ଼େ ୮ଟାରୁ ଇଭିଏମ କାଉଣ୍ଟିଙ୍ଗ ଆରମ୍ଭ ହେବ ।’

ତେବେ ୨ଟି ହଲରେ ଇଭିଏମ ଓ ଗୋଟିଏ ହଲରେ ପୋଷ୍ଟାଲ ବାଲାଟ ଗଣତି ହେବ । ୨ଟି ରୁମରେ ଇଭିଏମ ଗଣତି ପାଇଁ ୧୪ଟି ଟେବୁଲ ହେବ । ପୁରୀ ପେଣ୍ଠାକଟା ଓୟାର ହାଉସର ୨ଟି ରୁମରେ ଗଣତି ହେବ । ଭୋଟ ଗଣତି ପାଇଁ ମୋଟ୍ ୬୨ କର୍ମଚାରୀ ନିୟୋଜିତ ରହିବେ । ଗଣତି ଟେବୁଲରେ ଗୋଟିଏ ଲେଖାଏଁ ଟିଭିସ୍କ୍ରିନ୍ ରହିବ । ପ୍ରତ୍ୟେକ ଗଣତିକୁ ଟିଭିସ୍କିନରେ ଦେଖାଯିବ । ବାହାରେ ଲୋକେ ଗହଳି କରିବେ ନାହିଁ । ଗଣତି ଟେବୁଲରେ ପ୍ରାର୍ଥୀ ସେମାନଙ୍କ ଏଜେଣ୍ଟଙ୍କୁ ରଖିପାରିବେ । ଗଣତି ଟେବୁଲରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯିବ ବୋଲି ସିଇଓ କହିଛନ୍ତି ।

Get real time updates directly on you device, subscribe now.