fbpx

ଆସିଲା ଖୁସି ଖବର! କେନ୍ଦ୍ର କର୍ମଚାରୀଙ୍କର ଘର ଭଡ଼ା ଭତ୍ତା ୩ ପ୍ରତିଶତ ବୃଦ୍ଧିହେବ

ନୂଆଦିଲ୍ଲୀ: ସରକାରୀ କମର୍ଚାରୀଙ୍କ ପାଇଁ ଏକ ଖୁସି ଖବର । ଖୁବଶୀଘ୍ର କେନ୍ଦ୍ର କର୍ମଚାରୀଙ୍କୁ ମିଳିବାକୁ ଯାଉଛି ଏକ ବଡ଼ ଉପହାର । କେନ୍ଦ୍ର ସରକାର କର୍ମଚାରୀଙ୍କ ପାଇଁ ନୂଆ ବର୍ଦ୍ଧିତ ଘର ଭଡ଼ା ଭତ୍ତା (ଏଚଆରଏ) ଲାଗୁ କରିବାକୁ ଯାଉଛନ୍ତି । ପୂର୍ବରୁ କର୍ମଚାରୀଙ୍କୁ ମହଙ୍ଗା ଭତ୍ତା (ଡିଏ) ଫାଇଦା ମିଳିସାରିଥିବା ଏବେ ଏବେ ଏଚଆରଏ ବେନିଫିଟ୍ ମିଳିବ ।

ସୂଚନା ମୁତାବକ, କେନ୍ଦ୍ର ସରକାର ଏଥର କର୍ମଚରୀଙ୍କ ଘର ଭଡ଼ା ଭତ୍ତା ୩ ପ୍ରତିଶତ ବୃଦ୍ଧି ନେଇ ଯୋଜନା ରଖିଛନ୍ତି । ଗତ ୨୦୨୧ ମସିହା ଜୁଲାଇ ମାସରେ କେନ୍ଦ୍ର ସରକାର ଘର ଭଡ଼ା ଭତ୍ତାରେ ସଂଶୋଧନ କରିଥିଲେ । ନିକଟରେ କର୍ମଚାରୀଙ୍କର ଡିଏ ବୃଦ୍ଧି କରାଯାଇ ଥିବାରୁ ଏବେ ଘର ଭଡ଼ା ଭତ୍ତା ବୃଦ୍ଧି ହେଲେ କର୍ମଚାରୀଙ୍କୁ ଡବଲ ବେନିଫିଟ୍ ମିଳିବ । ତେବେ ଘର ଭଡ଼ା ଭତ୍ତା କେତେ ବଢ଼ିବ ସେନେଇ କିଛି ସ୍ପଷ୍ଟ ଜଣାପଡ଼ି ନାହିଁ ।

କର୍ମଚାରୀଙ୍କର ଘର ଭଡ଼ା ଭତ୍ତାକୁ ଏକ୍ସ, ୱାଇ ଓ ଜେଡ୍ ଆଦି ୩ଟି ଶ୍ରେଣୀରେ ବିଭକ୍ତ କରାଯାଇଥାଏ । ୫୦ ଲକ୍ଷରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ଅଞ୍ଚଳରେ ଏକ୍ସ ବର୍ଗ ଆସୁଥିବା ବେଳେ କର୍ମଚାରୀମାନେ ୨୪ ପ୍ରତିଶତ ଏଚଆରଏ ପାଇଥାନ୍ତି । ୫ରୁ ୫୦ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଅଞ୍ଚଳ ମଧ୍ୟରେ ୱାଇ ବର୍ଗ ଆସୁଥିବା ବେଳେ କର୍ମଚାରୀମାନେ ୧୬ ପ୍ରତିଶତ ଏଚଆରଏ ପାଇଥାନ୍ତି । ସେହିପରି ୫ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଅଞ୍ଚଳ ମଧ୍ୟରେ ଜେଡ୍ ବର୍ଗ ଆସୁଥିବା ବେଳେ କର୍ମଚାରୀମାନେ ୮ ପ୍ରତିଶତ ଏଚଆରଏ ପାଇଥାନ୍ତି । ତେବେ ଏକ୍ସ, ୱାଇ ଓ ଜେଡ୍ କମର୍ଚାରୀଙ୍କର ଏଚଆରଏ ଯଥାକ୍ରମେ ୨୭, ୧୮ ଓ ୯ ପ୍ରତିଶତ ହିସାବରେ ସଂଶୋଧିତ ହୋଇପାରେ ବୋଲି ଏକ ରିପୋର୍ଟରୁ ଜଣାପଡ଼ିଛି ।

Get real time updates directly on you device, subscribe now.