fbpx

ସୁର ସାମ୍ରାଜ୍ଞୀ ଲତାଙ୍କର ଭାଇ ହୃଦୟନାଥ ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ: ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ଛୋଟ ଭାଇ ଗାୟକ ହୃଦୟନାଥ ମଙ୍ଗେସ୍କରଙ୍କ ସ୍ୱାସ୍ଥ୍ୟାବସ୍ଥା ହଠାତ୍ ବିଗିଡ଼ି ଯାଇଛି । ଫଳରେ ତାଙ୍କୁ ଚିକିତ୍ସା ନିମନ୍ତେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ହୃଦୟନାଥଙ୍କ ପୁଅ ଆଦିନାଥ ଏ ନେଇ ସୂଚନା ଦେଇଛନ୍ତି । ଲତା ଦିନାନାଥ ମଙ୍ଗେସ୍କର ପୁରସ୍କାର ଉଦଘାଟନୀ ସମାରୋହ ସଭାକୁ ସମ୍ବୋଧିତ କରିବା ଅବସରରେ ଆଦିନାଥ ନିଜଙ୍କ ପିତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ କହିଥିଲେ ।

ଦୀନାନାଥଙ୍କ ୮୦ତମ ସ୍ମୃତିଚରଣ ଦିବସ ଅବସରରେ ଗତ ୨୪ ତାରିଖରେ ଏକ ବଡ଼ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ମୁମ୍ବାଇର ଶନମୁଖାନନ୍ଦ ହଲରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଦିନାନାଥ ମଙ୍ଗେସ୍କର ପୁରସ୍କାର ପ୍ରଦାନ କରାଯାଇଥିଲା । ଏହି ଅବସରରେ ଆଦିନାଥ କହିଥିଲେ ଯେ, ପ୍ରତ୍ୟେକ ବର୍ଷ ମୋର ପିତା ପଣ୍ଡିତ ହୃଦୟନାଥ ସ୍ୱାଗତ ଭାଷଣ ଦେଇଥାନ୍ତି । ଏଥିସହିତ ସେ ଦୀନାନାଥ ମଙ୍ଗେସ୍କର ସ୍ମୃତି ପ୍ରତିଷ୍ଠାନ ଚାରିଟେବଲ ଟ୍ରଷ୍ଟ ବିଷୟରେ କିଛି ସୂଚନା ଦେଇଥାନ୍ତି । ମାତ୍ର ଚଳିତ ବର୍ଷ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିବାରୁ ଏଠାରେ ଉପସ୍ଥିତ ରହିବାକୁ ଅସମର୍ଥ ହୋଇଛନ୍ତି । ପିତା ସୁସ୍ଥ ହୋଇ ଖୁବଶୀଘ୍ର ଘରକୁ ଫେରି ଆସନ୍ତୁ ଏହା ମୁଁ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରୁଛି ।

ସୂଚନାଯୋଗ୍ୟ ଯେ, ପୂର୍ବରୁ ଏହି ପୁରସ୍କାର ଲତାଙ୍କ ପିତା ମାଷ୍ଟର ଦୀନାନାଥ ମଙ୍ଗେସ୍କର ନାମରେ ପ୍ରଦାନ କରାଯାଉଥିଲା । ମାତ୍ର ଏବେ ତାହା ଲତା ଦୀନାନାଥ ମଙ୍ଗେସ୍କର ପୁରସ୍କାର ନାମରେ ନାମିତ ହୋଇ ପ୍ରଦାନ କରାଯାଉଛି । ଏହି ପୁରସ୍କାରକୁ ଗ୍ରହଣ କରିବା ନିମନ୍ତେ ପ୍ରଧାନମନ୍ତ୍ରୀ ମୋଦୀ ମୁମ୍ବାଇରେ ପହଞ୍ଚୁଥିବା ନେଇ ଟ୍ୱିଟ୍ କରିଥିଲେ ।

Get real time updates directly on you device, subscribe now.