ସ୍ତ୍ରୀର ଏ କି ମାନସିକତା…ସ୍ବାମୀକୁ 8 ଦିନ ବନ୍ଦି କରି ରଖିଲା, ଖାଇବାକୁ ନଦେଇ ନିସ୍ତୁକ ମାଡ ମାରିଲା.. ଉଦ୍ଧାର କଲା ପୋଲିସ

ଭୁବନେଶ୍ବର: ଦୁହେଁ ଦୁହିଁଙ୍କର ସୁଖ ଦୁଃଖର ସାଥି ହେବା ପାଇଁ ସ୍ବାମୀ ସ୍ତ୍ରୀ ସାତ ବଚନ ନେଇଥାନ୍ତି । ହେଲେ ଗଜପତି ଜିଲ୍ଲାରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି ଯାହାକି ଆପଣଙ୍କୁ ଆଶ୍ଚର୍ଯ୍ୟ ଚକିତ କରିବାକୁ ବାଧ୍ୟ କରିବ । ସ୍ବାମୀ ସ୍ତ୍ରୀକୁ ନିର୍ଯାତନା ଖବର ସାମ୍ନାକୁ ଆସିଥାଏ, କିନ୍ତୁ ସ୍ବାମୀକୁ ଆଠଦିନ ଧରି ଏକ କଠୋରୀରେ ବନ୍ଦ କରି ନିର୍ଯାତନା ଦେଉଥିବା ଖବର କେବେ ଶୁଣିନଥିବେ । ଏଭଳି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ଗଜପତି ଜିଲ୍ଲା ଅଡ଼ବା ଥାନା ବିରିକୋଟ ସ୍ଥିତ ବିଜେପୁର ସାହିରୁ । ସ୍ବାମୀଙ୍କ ନାମ ଅସ୍ଥିସ୍ଥାନୀ ହୋଇଥିବା ବେଳେ ପିଚାଶୀ କାମ କରୁଥିବା ସ୍ତ୍ରୀର ନାମ ପ୍ରାଣ ରଞ୍ଜନୀ । ଖବର ପାଇ ପୋଲିସ ସ୍ବାମୀକୁ ଉଦ୍ଧାର କରିଛି ।

ସୂଚନା ଅନୁସାରେ, କୌଣସି କାରଣ ବଶତଃ ନିଜ ସ୍ୱାମୀକୁ ଘରେ ବନ୍ଦୀ କରି ରଖିଥିବା ସ୍ଥାନୀୟ ସରପଞ୍ଚ ସମିତି ଜାଣିବାକୁ ପାଇଥିଲେ । ଏହାପରେ ଅଡବା ପୋଲିସକୁ ଖବର ଦେବା ପରେ ପୋଲିସ ପହଞ୍ଚି ତାଲା ଭାଙ୍ଗି ତାଙ୍କୁ ଉଦ୍ଧାର କରିଛି । ଉଦ୍ଧାର କରିବା ପରେ ତାଙ୍କ ସ୍ଵାସ୍ଥ୍ୟବସ୍ଥା ଠିକ ନଥିବା ହେତୁ ବିରିକୋଟ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଅସ୍ଥିସ୍ଥାନିଙ୍କ ଦେହସାରା ମାଡ ମାରିବା ଚିହ୍ନ ଦେଖିବାକୁ ମିଳିଛି । ଘଟଣା ନେଇ କସ୍ତାନ୍ତିନଙ୍କ ପତ୍ନୀ ପ୍ରାଣ ରଞ୍ଜନିଙ୍କ ପ୍ରତିକ୍ରିୟା ମିଳି ପାରି ନାହିଁ । ତେବେ କେଉଁ କାରଣ ପାଇଁ ସ୍ତ୍ରୀ ଏଭଳି କରୁଥିବା ତାହା ଜଣାପଡିନଥିବା ବେଳେ ଘଟଣା ସ୍ଥଳେ ଅଡବା ଥାନା ଅଧିକାରୀ ତଦନ୍ତ ଜାରି ରହିଛି ।