ବଲିଉଡର ଏହି ଦୁଇଜଣଙ୍କ ପାଇଁ ମୁଁ ଆଜି ଏଠି, ସେମାନେ ନ ଥିଲେ ମୁଁ ନଥାନ୍ତି କହିଲେ କରଣ ଜୋହର

ମୁମ୍ବାଇ,୨୯ା୬: ବଲିଉଡ୍ ଫିଲ୍ମ ଇଣ୍ଡଷ୍ଟ୍ରିରେ ଏପରି ଏକ ନାଁ ଅଛି, ଯିଏ ତାଙ୍କର ଉତ୍କୃଷ୍ଟ ଚଳଚ୍ଚିତ୍ର ମାଧ୍ୟମରେ ସାରା ଦେଶରେ ପ୍ରସିଦ୍ଧି ଅର୍ଜନ କରିଛନ୍ତି। ଯିଏ ୨୫ବର୍ଷରୁ ଅଧିକ ସମୟ ଧରି ଚଳଚ୍ଚିତ୍ର ନିର୍ମାଣ କ୍ଷେତ୍ରରେ ନିଜର ପ୍ରତିଷ୍ଠା ବଜାୟ ରଖିଛନ୍ତି, ତାଙ୍କୁ ଆଜି କୌଣସି ପରିଚୟର ଆବଶ୍ୟକତା ନାହିଁ। ସେ ଆଉ କେହି ନୁହନ୍ତି, ସେ ହେଉଛନ୍ତି କରଣ ଜୋହର।  ତାଙ୍କ ସ୍ୱର୍ଗତ ପିତା  ତଥା ଚଳଚ୍ଚିତ୍ର ନିର୍ମାତା ଯଶ ଜୋହରଙ୍କ ପଦାଙ୍କ ଅନୁସରଣ କରିଥିଲେ । ତଥାପି ସେ ବଲିଉଡରେ ତାଙ୍କର ପ୍ରସିଦ୍ଧିର କାରଣ ଅନ୍ୟ ଦୁଇ ଜଣଙ୍କୁ ବୋଲି ଭାବନ୍ତି।

ବଲିଉଡ୍‌ରେ ଏକ ସ୍ୱତନ୍ତ୍ର ଏବଂ ବଡ଼ ପରିଚୟ ସୃଷ୍ଟି କରିଥିବା କରଣ ଜୋହର, ଚଳଚ୍ଚିତ୍ର ଜଗତରେ ତାଙ୍କ ଉପସ୍ଥିତିର ଶ୍ରେୟ ଆଦିତ୍ୟ ଚୋପ୍ରା ଏବଂ ଶାହରୁଖ ଖାନଙ୍କ ଭଳି ଅଭିନେତାଙ୍କୁ ଦେଇଛନ୍ତି। ସେ ଉଭୟଙ୍କୁ ତାଙ୍କ କ୍ୟାରିଅରରେ ଏକ ବିଶେଷ ଅବଦାନ ଦେଇଥିବା ମନେ କରନ୍ତି। ଥରେ କରଣ ଶାହରୁଖ ଏବଂ ଆଦିତ୍ୟଙ୍କୁ କଡ଼ା ପ୍ରଶଂସା କରି କହିଥିଲେ ଯେ, ମୁଁ ଆଜି ଯେଉଁଠାରେ ଅଛି ସେଠାରେ ବୋଧହୁଏ ନ ଥାନ୍ତି।

କରଣ ଜୋହର ବଲିଉଡ୍ ଅଭିନେତା ଶାହରୁଖ ଏବଂ  ଚଳଚ୍ଚିତ୍ର ନିର୍ମାତା ଆଦିତ୍ୟଙ୍କ ବହୁତ ନିକଟତର। ତାଙ୍କର ଉଭୟଙ୍କ ସହିତ ଏକ ବିଶେଷ ଏବଂ ଘନିଷ୍ଠ ସମ୍ପର୍କ ରହିଛି। ଏକ ସାକ୍ଷାତକାରରେ କରଣ ଉଭୟଙ୍କ ବିଷୟରେ କହିଥିଲେ, ଶାହରୁଖ ମୋତେ ଏକ ଫିଲ୍ମ ସେଟରେ କହିଥିଲେ ଯେ, ଯଦି ତୁମେ ଏକ ଫିଲ୍ମ ନିର୍ମାଣ କର, ତେବେ ମୁଁ ପ୍ରଥମ ଫିଲ୍ମ କରିବି। ମୁଁ ସବୁବେଳେ କହେ ଯେ, ମୁଁ ଏହି ଇଣ୍ଡଷ୍ଟ୍ରିର ଏକ ଅଂଶ କେବଳ ଏହି ଦୁଇ ଜଣଙ୍କ ଯୋଗୁ। ଆଦିତ୍ୟ ଚୋପ୍ରା ଏବଂ ଶାହରୁଖ ଖାନ। ମୁଁ ଆଜି ଏଠାରେ ନଥାନ୍ତି, ମୁଁ ତୁମ ସାମ୍ନାରେ ବସି ନଥାନ୍ତି। ମୁଁ ସେମାନଙ୍କ ଯୋଗୁ ଏଠାରେ ଅଛି ବୋଲି ଖୋଲାଖୋଲି ଭାବେ କହିଛନ୍ତି କରଣ ।