fbpx

‘ତୃତୀୟ ଥର ବି ପଦ୍ମ ଫୁଟିବ’, ଭୋଟ ଗଣତି ମଧ୍ୟରେ ବିଜେପି ପ୍ରାର୍ଥୀ ଜ୍ଞାନ ଚନ୍ଦ ଗୁପ୍ତାଙ୍କ ବଡ଼ ଦାବି

ନୂଆଦିଲ୍ଲୀ: ହରିୟାଣା ବିଧାନସଭା ସାଧାରଣ ନିର୍ବାଚନ ୨୦୨୪ ପାଇଁ ମଙ୍ଗଳବାର ସକାଳ ଆଠଟାରେ ମତଗଣନା ଆରମ୍ଭ ହୋଇସାରିଛି। ଏହାକୁ ନେଇ ଭାରତୀୟ ଜନତା ପାର୍ଟୀର ପ୍ରାର୍ଥୀ ଜ୍ଞାନ ଚନ୍ଦ ଗୁପ୍ତା ମଙ୍ଗଳବାର ନିଜର ବିଶ୍ୱାସକୁ ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଯେ, ମୋତେ ପୁରା ବିଶ୍ୱାସ ଅଛି ଯେ, ଏଥିରେ ତୃତୀୟ ଥର ବିଜେପିର ପଦ୍ମ ଫୁଟିବ। ମାଆ ମନସା ଦେବୀଙ୍କ ଆଶୀର୍ବାଦ ଆମ ସହ ରହିଛି। ମୋତେ ପୁରା ବିଶ୍ୱାସ ଯେ, ଫଳାଫଳ ବହୁତ ଭଲ ଆସିବ ଏବଂ ମୁଁ ପଞ୍ଚକୂଲା ସିଟ ଜିତିବି।

ଜ୍ଞାନ ଚନ୍ଦ ଗୁପ୍ତା ଆଗାକୁ କହିଛନ୍ତି ଯେ, ସବୁ ଦଳ ଦାବି କରୁଛନ୍ତି ଯେ; ସେମାନେ ବିଜୟ ହାସଲ କରିବେ। ଏହା ଅନୁସାରେ ବିଜେପି ତୃତୀୟ ଥର ରାଜ୍ୟରେ ସରକାର ଗଠନ କରିବ। ଏକଜିଟ ପୋଲ କଥା କହିବାକୁ ଗଲେ ଛତିଶଗଡ଼ରେ ମଧ୍ୟ ଫଳାଫଳ ପ୍ରତିକୂଳ ରହିଥିଲା ଏବଂ କଂଗ୍ରେସ ସରକାର ହେବ ବୋଲି ନଜର ଆସିଥିଲା। ହେଲେ ବିଜେପି ସରକାର ଗଠନ କରିଥିଲା। ଗୁପ୍ତା ଏହି ବିଶ୍ୱାସ ବ୍ୟକ୍ତ କରିଛନ୍ତି ଯେ, ସେ ବହୁ ସଂଖ୍ୟାରେ ଭୋଟ ପାଇଁ ଜୟଯୁକ୍ତ ହେବେ। ସେ କହିଛନ୍ତି ଯେ, ସରକାର ଗଠନ କରିବ ବିଜେପି। ମୋତେ ସଂପୂର୍ଣ୍ଣ ଭରଷା ରହିଛି ଯେ, ମୁଁ ନିଜ ସିଟ ୧୧୦ ପ୍ରତିଶତ ଭଲ ସଂଖ୍ୟାରେ ଜିତିବି।

ସେ ଆମ ଆଦମୀ ପାର୍ଟୀକୁ ନେଇ କହିଛନ୍ତି ଯେ, ଆପ କେବଳ ଦେଖାଇ ହେବାକୁ ନିର୍ବାଚନ ଲଢୁଛି ଏବଂ ଏହି ପାର୍ଟୀରେ କୌଣସି ଗମ୍ଭୀରତା ଦେଖାଯାଉନାହିଁ ଓ ତାଙ୍କ ପାର୍ଟୀ ଜିତିବାର କୌଣସି ସମ୍ଭାବନା ବହୁତ କମ ରହିଛି। ଗୁପ୍ତା କହିଛନ୍ତି ଯେ, ହେଲେ ନିର୍ବାଚନ ନିର୍ବାଚନ ହୋଇଥାଏ, ପ୍ରତି ପାର୍ଟୀ ଜିତିବା ପାଇଁ ନିର୍ବାଚନ ଲଢିଥାଏ।

Get real time updates directly on you device, subscribe now.