fbpx

IAS ପ୍ରଦୀପ କୁମାର ଜେନା କରୋନା ପଜିଟିଭ୍‌

Advertisement

ଭୁବନେଶ୍ୱର,୯ ।୫(ଓଡିଶା ଭାସ୍କର): ରାଜ୍ୟରେ କରୋନା ମହାମାରୀ ବଢିଚାଲିଥିବା ବେଳେ ବରିଷ୍ଠ ନେତା ଓ ଅଧିକାରୀମାନେ ଏହାର ଶିକାର ହେଉଛନ୍ତି । ଏହାରି ମଧ୍ୟରେ ବରିଷ୍ଠ ଆଇଏଏସ ଅଧିକାରୀ ପ୍ରଦୀପ କୁମାର ଜେନା କରୋନାର ଶିକାର ହୋଇଛନ୍ତି । ଟେଷ୍ଟ ପରେ ତାଙ୍କ କରୋନା ରିପୋର୍ଟ ପଜିଟିଭ ଥିବା ଆସିଥିବା ବେଳେ ସେ ଏବେ ଆଇସୋଲୋସନରେ ଅଛନ୍ତି ।

ତେବେ ବରିଷ୍ଠ ଆଇଏଏସ୍ ଅଧିକାରୀ ପ୍ରଦୀପ କୁମାର ଜେନା ଉନ୍ନୟନ କମିସନର ଭାବେ କାର୍ଯ୍ୟ କରୁଛନ୍ତି । ଆଗରୁ ସେ ଏସଆରସି, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭଳି ଦାୟିତ୍ୱ ତୁଲାଇ ସାରିଛନ୍ତି।ସୁରେଶ ମହାପାତ୍ର ରାଜ୍ୟର ମୁଖ୍ୟ ଶାସନ ସଚିବ ଭାବେ ଅବସ୍ଥାପିତ ହେବା ପରେ ୧୯୮୯ ବ୍ୟାଚର ଆଇଏଏସ୍ ପ୍ରଦୀପ ଜେନା ନୂଆ ଉନ୍ନୟନ କମିସନର ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି।

୧୯୬୪ ମସିହାରେ ଜନ୍ମିତ ପ୍ରଦୀପ କୁମାର ଜେନା ଆଇଏଏସ୍‌ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ପ୍ରଶିକ୍ଷଣ ପରେ ୧୯୯୧ ମସିହାରେ ପ୍ରଥମେ କଳାହାଣ୍ଡି ଜିଲ୍ଲାର ଧର୍ମଗଡ଼ର ଉପଜିଲ୍ଲାପାଳ ଭାବେ କାର୍ଯ୍ୟଭାର ଗ୍ରହଣ କରିଥିଲେ। ପରେ ସେଠାରେ ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଓ ଜିଲ୍ଲାପାଳ ଭାବେ ଦାୟିତ୍ବ ତୁଲାଇଥିଲେ। ପରେ କେନ୍ଦ୍ରାପଡ଼ା ଜିଲ୍ଲାପାଳ ଭାବେ ତାଙ୍କୁ ବଦଳି କରାଯାଇଥିଲା।

Get real time updates directly on you device, subscribe now.