ଆଜି ପ୍ରଥମ ମ୍ୟାଚ୍, ଜାଣନ୍ତୁ କରାଚୀ ମୌଦାନରେ କିଏ ହେବେ ସାମ୍ନା ସାମ୍ନି…

ମ୍ୟାଚ୍ ପାଇଁ କରାଚୀରେ ବ୍ୟାପକ ବ୍ୟବସ୍ଥା । ଅପରାହ୍ନରେ ଆରମ୍ଭ ହେବ ଖେଳ ।

କରାଚୀ: ଆଜିଠାରୁ ଆଇସିସି ଚାମ୍ପିୟନ୍ସ ଟ୍ରଫିର ନବମ ସଂସ୍କରଣ ଆରମ୍ଭ ହେବ । ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଉଦଘାଟନୀ ମ୍ୟାଚ କରାଚୀର ନ୍ୟାଶନାଲ ବ୍ୟାଙ୍କ କ୍ରିକେଟ ଆରେନାରେ ଅନୁଷ୍ଠିତ ହେବ ।

ଟକ୍କର: ଭାରତ ଏହାର ପ୍ରଥମ ମ୍ୟାଚ୍ ୨୦ ତାରିଖ ଅର୍ଥାତ୍ ୨୦ ତାରିଖରେ ଦୁବାଇରେ ବାଂଲାଦେଶକୁ ଭେଟିବ । ପ୍ରକିସ୍ତାନ ଏହି ପ୍ରତିଯୋଗିତାର ଆୟୋଜନ ହୋଇଥିବାବେଳେ ହାଇବ୍ରିଟ ମୋଡରେ ଭାରତ ଏହାର ସମସ୍ତ ମ୍ୟାଚ୍ ଦୁବାଇେରେ ଖେଳିବାକୁ ନିଷ୍ପତ୍ତି ନେଇଛି ।

ରୋଚକ ମ୍ୟାଚ: ଦୁଇ ପାରମ୍ପରିକ ପ୍ରତିଯୋଗୀ ଭାରତ ଏବଂ ପାକିସ୍ତାନ ମଧ୍ୟରେ ୨୩ ତାରିଖରେ ମୁକାବିଲା ହେବ । ୧୯୯୬ ବିଶ୍ୱକପ ପରେ ପାକିସ୍ତାନ ପ୍ରଥମ ଥର ଆଇସିସି ଇଭେଣ୍ଟ ଆୟୋଜନର ଅଧିକାର ପାଇଛି ।

ମୋଟ ୮ଟି ଦଳ ଏହି ମ୍ୟାଚରେ ଅଂଶଗ୍ରହଣ କରିବେ । ୨୦୧୭ରେ ଅନୁଷ୍ଠିତ ଆଇସିସି ଚାମ୍ପିୟନ୍ସ ଟ୍ରଫିରେ ପାକିସ୍ତାନ ଚାମ୍ପିୟନ୍ସ ହୋଇଥିଲା ।

ଭାରତ ଶେଷଥର ପାଇଁ ମହେନ୍ଦ୍ର ସିଂ ଧୋନୀଙ୍କ କ୍ୟାପ୍ଟେନସିରେ ୨୦୧୩ରେ ଚାମ୍ପିୟନ୍ସ ଟ୍ରଫି ଜିତିଥିଲା । ଆଜିର ମ୍ୟାଚ୍ ଅପରାହ୍ଣ ୨ଟା ୩୦ ମିନିଟରେ ଆରମ୍ଭ ହେବାର ଅଛି ।