fbpx

ଦୁନିଆକୁ ମାଡି ଆସୁଛି ଭୟଙ୍କର ବିପର୍ଯ୍ୟୟ! ୧୦ ବର୍ଷରେ ଆର୍କଟିକରୁ ହଜିଯିବ ବରଫ, ଜାଣନ୍ତୁ ସଂପୂର୍ଣ୍ଣ ତଥ୍ୟ

ନୂଆଦିଲ୍ଲୀ: କେବଳ ୧୦ ବର୍ଷ ଏବଂ ଏହାପରେ ଗାୟବ ହୋଇଯିବ ଆର୍କଟିକରେ ବରଫ ଦେଖାଯିବନି । ଏଥିରେ ସାରା ଦୁନିଆର ମୌସୁମୀ ଏବଂ ସମୁଦ୍ର ଜଳସ୍ତର ଉପରେ ପ୍ରଭାବ ପଡିବ । ଏହି ଚେତାବନୀ ବୈଜ୍ଞାନିକ ଏକ ଷ୍ଟଡି ପରେ ଦେଇଛି । ୟୁନିଭର୍ସିଟୀ ଅଫ କୋଲୋରାଡୋ ବୋଲ୍ଡରରେ ହୋଇଥିବା ଷ୍ଟଡି ମୁତାବକ ଆର୍କଟିକରେ ଗ୍ରୀଷ୍ମ ଋତୁରେ ମଧ୍ୟ ବରଫ ଦେଖାଯାଏ । ହେଲେ ଆଗାମୀ କିଛି ବର୍ଷରେ ଏହା ବିନାଶ ହୋଇଯିବ ।

୧୦ ବର୍ଷରେ ଗ୍ରୀଷ୍ମ ଋତୁରେ ଆର୍କଟିକରେ ବରଫ ଉତ୍ପନ୍ନ ହେବା ଶେଷ ହୋଇଯିବ । ଏହି ଷ୍ଟଡି ନେଚର ରିଭ୍ୟୁ ୟାର୍ଥ ଆଣ୍ଡ ଜର୍ଣ୍ଣାଲରେ ପ୍ରକାଶିତ ହୋଇଛି । ଏଥିରେ କୁହାଯାଇଛି ଯେ, ଆଗାମୀ ଦିନରେ ଆର୍କଟିକରେ ବରଫ ଧ୍ୱଂସ ପାଇଯିବ । ଏହି ୧୦ ବର୍ଷ ମଧ୍ୟରେ ଏହା ଘଟିବ । କାରଣ ଯେଉଁଭଳି ଭାବେ ତାମପାନ ବଢୁଛି, ତାହା ଭୟଙ୍କର ଅଟେ ।

ସବୁଆଡର ସ୍ଥିତିର ଯାଞ୍ଚ ପରେ ବୈଜ୍ଞାନିକମାନେ ଦାବି କରିଛନ୍ତି ଯେ, ୧୦ ବର୍ଷରେ ବରଫ ତରଳିବ । ଶୀତଦିନେ ଏଠାରେ ସେପ୍ଟେମ୍ବର ମାସରେ ମଧ୍ୟ ବରଫ ଦେଖିବାକୁ ମିଳିବନି । ଯଦି କାର୍ବନ ଡାଇଅକ୍ସାଇଡର ନିର୍ଗମନ ଅଧିକ ହେଲା ବା ବର୍ତ୍ତମାନ ପରି ପରିସ୍ଥିତି ରହିବ ତେବେ ଉତ୍ତର ଭାଗରେ ଶୀତଦିନେ କମ ବରଫ ଦେଖିବାକୁ ମିଳିବ । ଏହାର ଅର୍ଥ ନୁହେଁ ଯେ, ବରଫ ବିଲକୁଲ ଦେଖାଯିବନି । ବୈଜ୍ଞାନିକଙ୍କ ଭାଷାରେ ଯେବେ ଆର୍କଟିକରେ ୧୦ ଲକ୍ଷ ବର୍ଗ କିଲୋମିଟର ବରଫ ରହିଥାଏ, ସେତେବେଳେ ଆର୍କଟିକକୁ ବରଫ ନାହିଁ ବୋଲି କୁହାଯାଏ ।

ଏହି ଅଞ୍ଚଳରେ ସବୁଠାରୁ କମ ବରଫ ୧୯୮୦ ମସିହାରେ ଦେଖାଦେଇଥିଲା । ଆର୍କଟିକରେ ସେପ୍ଟେମ୍ବର ମାସରେ ସବୁଠାରୁ କମ ବରଫ ୩୩ ଲକ୍ଷ ବର୍ଗ କିଲୋମିଟର ରେକର୍ଡ କରାଯାଇଥିଲା । ଏହି ଷ୍ଟଡି କରିଥିବା ସାଇଣ୍ଟିଷ୍ଟ ଏକ୍କେଜେଣ୍ଡ୍ରା ଜନ ବର୍ତ୍ତମାନ, ଇତିହାସ ଏବଂ ନିର୍ଗମନ ହିସାବରେ କମ୍ପ୍ୟୁଟର ମଡେଲ୍ସ ତିଆରି କରିଛନ୍ତି । ପୁଣି ସେହି ଆଧାରରେ ଭବିଷ୍ୟତରେ ବରଫର ମାତ୍ରା ବିଶ୍ଲେଷଣ କରିଛନ୍ତି ।

ଗବେଷଣାରୁ ପ୍ରକାଶିତ ଯେ, ଯଦି ୧ ବର୍ଗ କିଲୋମିଟର ବରଫ ତରଳେ ତେବେ ୧୮ ବର୍ଷରେ ଆର୍କଟିକର ବରଫ ଗରମରେ ଶେଷ ହୋଇଯିବ । ଯଦି ଗ୍ରୀନହାଉସ ଗ୍ୟାସର ପ୍ରଭାବ ଯୋଗୁଁ ଏହା ୧୦ ବର୍ଷ ପର୍ଯ୍ୟନ୍ତ ଏପରି ହେବ । ଅର୍ଥାତ ୨୦୩୦ ଦଶକରେ ଆର୍କଟିକ ଅଞ୍ଚଳରେ ସେପ୍ଟେମ୍ବର ମାସରେ ବରଫ ଦେଖିବାକୁ ମିଳିବନି । ଏହି ବରଫ ତରଳି ସମୁଦ୍ରରେ ମିଶିଯାଇ ସ୍ଥଳ ଭାଗ କମିଯିବ ।

Get real time updates directly on you device, subscribe now.