fbpx

ମେଘାଳୟର ପ୍ରଥମ ମହିଳା DGP ହେଲେ ଇଦାଶିଶା ନୋଗ୍ରାଙ୍ଗ, ସେ ୧୯୯୨ ବ୍ୟାଚର IPS ଅଫିସର ଥିଲେ

ଶିଲଙ୍ଗ୍: ମେଘାଳୟର ପ୍ରଥମ ପୋଲିସ ନିର୍ଦ୍ଦେଶକ (ଡିଜିପି) ଭାବରେ ନିଯୁକ୍ତ ହୋଇଛନ୍ତି ଇଦାଶିଶା ନୋଗ୍ରାଙ୍ଗ । ୧୯୯୨ ବ୍ୟାଚର ବରିଷ୍ଠ ଆଇପିଏସ୍ ଅଧିକାରୀ ନୋଗ୍ରାଙ୍ଗ ଏଲ୍. ଆର୍ ବିଷ୍ଣୋଇଙ୍କ ସ୍ଥାନରେ ନିଯୁକ୍ତ ହୋଇଛନ୍ତି ଯିଏ କି ମେ ୧୯ରେ ଅବସର ଗ୍ରହଣ କରିବେ ।

ଶନିବାର ଗୃହ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ ଗତ ମାସ ମେଘାଳୟର ମୁଖ୍ୟମନ୍ତ୍ରୀ କୋନରାଡ କେ. ସଙ୍ଗମାଙ୍କ ଅଧ୍ୟକ୍ଷତାରେ, ମେଘାଳୟ ସୁରକ୍ଷା ଆୟୋଗ ପୋଲିସ ପ୍ରମୁଖ ପଦ ପାଇଁ ୟୁପିଏସସି ଦ୍ୱାରା ଅନୁମୋଦିତ ୩ ଅଧିକାରୀଙ୍କ ମଧ୍ୟରୁ ନୋଗ୍ରାଙ୍ଗଙ୍କୁ ଚୟନ କରିଥିଲେ । ଏହି ପଦବୀ ପାଇଁ ଆରପି ମୀନା ଏବଂ ଦୀପକ କୁମାରଙ୍କ ନାଁ ତାଲିକାରେ ଥିଲା । ଆସନ୍ତା ୨୦ରେ ସେ ଏଲ୍‌.ଆର ବିଷ୍ଣୋଇଙ୍କଠାରୁ ପଦଭାର ଗ୍ରହଣ କରିବେ। ସମ୍ପ୍ରତି ମେଘାଳୟ ସିଭିଲ ଡିଫେନ୍ସ ବିଭାଗ ମହାନିର୍ଦେଶିକା ଥିବା ଈଦାଶିଶା ୨୦୨୧ରେ କିଛି କାଳ ପାଇଁ କାର୍ଯ୍ୟକାରୀ ପୋଲିସ ମହାନିର୍ଦେଶିକା ଭାବେ ଦାୟିତ୍ୱ ତୁଲାଇଥିଲେ । ତାଙ୍କ କାର୍ଯ୍ୟକାଳ ୨୦୨୬ ମେ’ ୧୯ ପର୍ଯ୍ୟନ୍ତ ରହିବ । ସେ ହେଉଛନ୍ତି ରାଜ୍ୟର ପ୍ରଭାବଶାଳୀ ଖାସି ଆଦିବାସୀ ସମ୍ପ୍ରଦାୟର ସଦସ୍ୟା ।

Get real time updates directly on you device, subscribe now.