fbpx

ପରୀକ୍ଷା ବେଳେ କରୋନା ହେଲେ କ’ଣ ହେବ ଆଗୁଆ ପଦକ୍ଷେପ? ଉତ୍ତର ଦେଲେ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର,୧୧ ।୪(ଓଡିଶା ଭାସ୍କର): ରାଜ୍ୟରେ କରୋନା ମହାମାରୀ ବଢୁଥିବା ବେଳେ ଏହାର ପ୍ରଭାବ ଶିକ୍ଷା ବ୍ୟବସ୍ଥାରେ ଦେଖିବାକୁ ମିଳୁଛି । କୋଭିଡ ଆକ୍ରାନ୍ତ ଛାତ୍ରଛାତ୍ରୀଙ୍କ ବିକଳ୍ପ ମୂଲ୍ୟାୟନ ପ୍ରସଙ୍ଗରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ସେ କହିଛନ୍ତି ଯେ, ‘ପିଲାଙ୍କ ବର୍ଷେ ନଷ୍ଟ ନହେବା ଲାଗି ସିବିଏସଇ ବିକଳ୍ପ ମୂଲ୍ୟାୟନ କରୁଛି । ପରୀକ୍ଷା ପୂର୍ବରୁ କିମ୍ବା ଦେବା ବେଳେ କୋଭିଡ ହେଲେ ବିଚାର କରାଯାଉଛି । ସିବିଏସଇର ବ୍ୟବସ୍ଥାକୁ ଅନୁଧ୍ୟାନ କରି ପିଲାଙ୍କ ପାଇଁ ନିଷ୍ପତ୍ତି ହେବ ।’

ତେବେ ରାଜ୍ୟରେ ଆସନ୍ତା ଏପ୍ରିଲ ୩୦ ତାରିଖ ପରେ ନବମ ଶ୍ରେଣୀ ପରୀକ୍ଷା ହେବାର ନିଷ୍ପତ୍ତି ନିଆଯିବ ବୋଲି ଆଜି ଗଣଶିକ୍ଷା ମନ୍ତ୍ରୀ ସମୀର କହିଛନ୍ତି । ଏହା ସହ ମନ୍ତ୍ରୀ କହିଛନ୍ତି ଯେ, ସରକାର ଚାହାଁନ୍ତି ନବମ ଶ୍ରେଣୀ ଛାତ୍ରଛାତ୍ରୀ ବାର୍ଷିକ ପରୀକ୍ଷା ଦିଅନ୍ତୁ । କରୋନା ପାଇଁ ଏପ୍ରିଲ ୩୦ ଯାଏଁ ପାଠପଢା ବନ୍ଦ ରହିଛି । ନବମ ଶ୍ରେଣୀ ପରୀକ୍ଷା କରାଇବାକୁ ସରକାର ପ୍ରସ୍ତୁତ ଅଛନ୍ତି । ନବମ ଶ୍ରେଣୀ ପିଲାଙ୍କ କୋର୍ସ ପ୍ରାୟ ଅଧା ସରିଛି, ଆଉ ଅଳ୍ପ ବାକି ରହିଛି । ଆସନ୍ତା ୩୦ ପରେ କରୋନାର ଦ୍ୱିତୀୟ ଲହରିର ସ୍ଥିତି ଦେଖି ପରୀକ୍ଷା ନିଷ୍ପତ୍ତି ନିଆଯିବ ।

Get real time updates directly on you device, subscribe now.