କୁନିଛୁଆର ଦୁଃଖ, ” ମୁଁ ପ୍ରଧାନମନ୍ତ୍ରୀ ହେଲେ, ପ୍ରଥମେ ସ୍କୁଲ ପରୀକ୍ଷାକୁ ବନ୍ଦ କରିବି”
4 ବର୍ଷର ଛୁଆ ସୋସିଆଲ ମିଡିଆରେ ପ୍ରକାଶ କରିଛି ତାର ଦୁଃଖ
ଓଡିଶା ଭାସ୍କର: ଯଦି ମୁଁ ପ୍ରଧାନମନ୍ତ୍ରୀ ହୁଏ, ତେବେ ପ୍ରଥମେ ସ୍କୁଲ ପରୀକ୍ଷାକୁ ବନ୍ଦ କରିବି। ଏଭଳି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗୁଛି।
ସେଥିରେ ଦେଖିବାକୁ ମିଳିଛି ଏକ 4 ବର୍ଷର ପିଲା କ୍ୟାମେରା ସାମ୍ନାରେ ବସି ନିଜ ଜୀବନର ଦୁଃଖକୁ ଏପରି ଭାବରେ ବର୍ଣ୍ଣନା କରୁଛି ଯେ ବଡ ବଡ ହାସ୍ୟ ଅଭିନେତାମାନେ ମଧ୍ୟ ପାଣି ପିଇଯିବେ।
ଭିଡିଓରେ ପିଲାଟି ରାଗ ଏବଂ ଦୁଃଖର ସହିତ କହୁଛି ଯେ, “ଯେତେବେଳେ ମୁଁ ପ୍ରଧାନମନ୍ତ୍ରୀ ହେବି, ଆଗ ମୁଁ ପରୀକ୍ଷା ଉପରେ ରୋକ ଲଗାଇବି!”
ଏହି ଭିଡିଓଟି pyaari_.ladki ନାମକ ଏକ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ସେୟାର କରାଯାଇଛି ଯାହାକୁ ଏପର୍ଯ୍ୟନ୍ତ ଲକ୍ଷ ଲକ୍ଷ ଲୋକ ଦେଖିସାରିଛନ୍ତି।