fbpx

ଏଣିକି କନଫର୍ମ ଟିକେଟ୍ ନଥିଲେ ଯିବାକୁ ପଡିବନି ଟିଟିଇଙ୍କ ପାଖକୁ, ଫୋନ୍ ରେ କରନ୍ତୁ ସିଟ୍ ବୁକିଂ

ନୂଆଦିଲ୍ଲୀ: ଆମ ଦେଶରେ ପ୍ରତେକ ଦିନ ଟ୍ରେନ ମାଧ୍ୟମରେ ଅନେକ ଲୋକ ଯାତ୍ରା କରନ୍ତି । ପ୍ରାୟତଃ ସବୁବେଳେ ଟିକେଟ୍ ପାଇଁ ସମସ୍ୟା ହୁଏା ଏଣିକି ଆଉ ସେପରି କିଛି ସମସ୍ୟା ହେବନାହିାଁ ଆଗରୁ ଟ୍ରେନ୍ ସିଟ୍ ଖାଲି ଅଛି କି ନାହିଁ ଜାଣିବା ପାଇଁ ଟିଟିଇଙ୍କ ପଛରେ ଦୌଡ଼ିବାକୁ ପଡ଼ୁଥିଲା । ବର୍ତ୍ତମାନ ଆପଣ ନିଜ ମୋବାଇଲ ମାଧ୍ୟମରେ ଜାଣିପାରିବେ ଯେ ଟ୍ରେନର ସିଟ୍ ଖାଲି ଅଛି କି ନାହିଁ । ଏଥିପାଇଁ ଆପଣଙ୍କୁ IRCTC ଆପ୍ କିମ୍ବା ୱେବସାଇଟକୁ ମଧ୍ୟ ଲଗଇନ୍ କରିବାକୁ ପଡିବ ନାହିଁ । ଟ୍ରେନରେ ଖାଲି ସିଟ୍ ଖୋଜିବା ପାଇଁ ଏହା ଆପଣଙ୍କ ପାଇଁ ଏକ ଶୀଘ୍ର ଏବଂ ସହଜ ଉପାୟ । ଯଦି ଆପଣଙ୍କ ପାଖରେ କନଫର୍ମ ସିଟ୍ ନାହିଁ, ତେବେ ଆପଣ ଟ୍ରେନ୍ ର ଖାଲି ସିଟ୍ କୁ ନିମ୍ନରେ ଦିଆଯାଇଥିବା ଉପାୟରେ ସହଜରେ ଯାଞ୍ଚ କରିପାରିବେ ।

ଆଇଆରସିଟିସି ୱେବସାଇଟରୁ ଖାଲି ଥିବା ସିଟ୍ କିପରି ପାଇବେ:-୧: ପ୍ରଥମେ IRCTC ୱେବସାଇଟକୁ ଯାଆନ୍ତୁ ଏବଂ ତା’ପରେ ମେନ୍ ପେଜକୁ ଯାଆନ୍ତୁ । ଟିକେଟ ବକ୍ସ ଉପରେ, ଆପଣଙ୍କୁ Charts/Vacancy ନାମକ ଏକ ବିକଳ୍ପ ଦେଖାଯିବ ।
୨: ଏହା ଉପରେ କ୍ଲିକ୍ କରନ୍ତୁ । ଏହାପରେ ରିଜର୍ଭେସନ୍ ଚାର୍ଟ ଖୋଲିବ ।
୩: ପ୍ରଥମ ବକ୍ସରେ ଟ୍ରେନର ନାମ/ ନମ୍ବର ଏବଂ ଦ୍ୱିତୀୟ ବକ୍ସରେ ବୋର୍ଡିଂ ଷ୍ଟେସନ ଏଣ୍ଟର୍ କରନ୍ତୁ ।
୪: ତା’ପରେ ଗେଟ୍ ଟ୍ରେନ୍ ଚାର୍ଟରେ କ୍ଲିକ୍ କରନ୍ତୁ । ଏଥିରେ ଆପଣଙ୍କୁ ଖାଲି ସିଟ୍ ବିଷୟରେ ସୂଚନା ମିଳିବ ।

IRCTC ଆପ୍ ରୁ ଖାଲି ସିଟ୍ କିପରି ପାଇବେ:- ଆପଣ ମୋବାଇଲ ଫୋନରେ ଅଫିସିଆଲ IRCTC ଆପ୍ ମଧ୍ୟ ବ୍ୟବହାର କରିପାରିବେ । ଏହା ଉଭୟ ଆଣ୍ଡ୍ରଏଡ୍ ଏବଂ ଆଇଓଏସ୍ ଆପ୍ ଷ୍ଟୋରରେ ଉପଲବ୍ଧ । ଥରେ ଏହା ଡାଉନଲୋଡ୍ ଏବଂ ଇନଷ୍ଟଲ ହେବା ପରେ, ଆପଣ ନିଜ ପାଇଁ ଏକ ଖାଲି ସିଟ୍ ବୁକ୍ କରିପାରିବେ । ଏଥିପାଇଁ ନିମ୍ନରେ ଦିଆଯାଇଥିବା ଷ୍ଟେପ୍ କୁ ଅନୁସରଣ କରନ୍ତୁ ।
୧: IRCTC ଆପ୍ ଖୋଲନ୍ତୁ ।
୨: ଟ୍ରେନ୍ ଆଇକନ୍ ରେ ଟ୍ୟାପ୍ କରନ୍ତୁ ।
୩: ଏହାପରେ ଚାର୍ଟ ରେ କ୍ଲିକ୍ କରନ୍ତୁ । ଏହା ଦ୍ୱାରା ମୋବାଇଲ ୱେବ୍ ବ୍ରାଉଜରରେ ସଂରକ୍ଷଣ ଚାର୍ଟ ପୃଷ୍ଠା ଖୋଲିବ ।
୪: ତା’ପରେ ଦ୍ୱିତୀୟ ବକ୍ସରେ ଟ୍ରେନ୍ ର ନାମ/ ନମ୍ବର ଏବଂ ବୋର୍ଡିଂ ଷ୍ଟେସନ୍ ପ୍ରବେଶ କରନ୍ତୁ । ଏହାପରେ ଆପଣଙ୍କୁ ସ୍କ୍ରିନରେ ଖାଲି ସିଟ୍ ବିଷୟରେ ସୂଚନା ଦେଖାଯିବ ।

Get real time updates directly on you device, subscribe now.