fbpx

ଚିଆ ସିଡ୍ ନଖାଉଥିଲେ ଏବେଠୁ ଖାଇବା ଆରମ୍ଭ କରନ୍ତୁ : ଜାଣନ୍ତୁ ଏହାର ପ୍ରକୃତ ରହସ୍ୟ

ଓଡିଶା ଭାସ୍କର: ଚିଆ ସିଡ୍ ଖାଇବା ଦ୍ୱାରା ଆପଣଙ୍କୁ ଅନେକ ପ୍ରକାରର ପୋଷଣ ମିଳିଥାଏ। ଚିଆ ସିଡରେ ଭିଟାମିନ, ମିନେରାଲ୍ସ ଏବଂ ପ୍ରୋଟିନ ଭରପୁର ମାତ୍ରରେ ରହିଥାଏ । ଶରୀରରେ ଥିବା ଅନେକ ପ୍ରକାରର ସମସ୍ୟାକୁ ଚିଆ ସିଡ୍ ଦୂର କରିବାରେ ସହାୟକ ହୋଇଥାଏ । ତେଣୁ ଆସନ୍ତୁ ଜାଣିବା ଚିଆ ସିଡର ବିଶେଷ ଉପକାରିତା……

ଚିଆ ସିଡ୍ ପ୍ରତ୍ୟେକ ଦିନ ଖାଇବା ଦ୍ୱାରା ହଜମ ପକ୍ରିୟାଠାରୁ ଆରମ୍ଭ କରି ଓଜନ କଣ୍ଟ୍ରୋଲ କରିବା ପର୍ଯ୍ୟନ୍ତ ସହାୟକ ହୋଇଥାଏ । ତେଣୁ ଚିଆ ସିଡ୍ ବ୍ୟବହାର କରିବା ଦ୍ୱାରା ଆପଣ ଅନେକ ରୋଗରୁ ଉପଶମ ହୋଇପାରିବେ ।
ହାଡ ମଜଭୁତ ହୋଇଥାଏ – ଚିଆ ସିଡ୍ ଖାଇବା ଦ୍ୱାରା ହାଡଗୁଡିକ ଶକ୍ତ ହୋଇଥାଏ । ରାତିରେ ପାଣିରେ ଭିଜାଇ ସକାଳେ ସବୁଦିନ ପିଇବା ଦ୍ୱାରା ଶରୀରର ହାଡଗୁଡିକ ମଜଭୁତ ହୋଇଥାଏ । ଏହା ସେବନ କରିବା ଦ୍ୱାରା ବୁଢା ହେବା ପର୍ଯ୍ୟନ୍ତ ମଧ୍ୟ ହାଡ ଏବଂ ଗଣ୍ଠି ସବୁ କାର୍ଯ୍ୟକ୍ଷମ ହୋଇଥାଏ।

ଓଜନ କମ କରିବାରେ ସହାୟକ- ଯଦି ଆପଣଙ୍କ ମୋଟାପଣ ସମସ୍ୟା ରହିଥାଏ ବା କୋଲେଷ୍ଟ୍ରୋଲ ଜନିତ ସମସ୍ୟା ରହିଥାଏ । ତେବେ ଆପଣ ଏହି ଚିଆ ସିଡର ବ୍ୟବହାର କରିବା ଦ୍ୱାରା ଆପଣଙ୍କର ଏହି ମୋଟାପଣ ଏବଂ କୋଲେଷ୍ଟ୍ରୋଲ ସମସ୍ୟା ଗୁଡିକ ଧୀରେ ଧୀରେ ସମାପ୍ତ ହେବାକୁ ଲାଗିବ । ଏହି ମଞ୍ଜିକୁ ଆପଣ ଏକ ଗ୍ଲାସରେ ଏକ ଚାମଚ ବା ଦୁଇ ଚାମଚ ପାଣିରେ ଭିଜାଇ ତାକୁ ସେବନ କରିବା ଦ୍ୱାରା ଆପଣଙ୍କୁ କିଛିଦିନ ଭିତରେ ଏହାର ଫାଇଦା ମିଳିଯିବ ।

ହଜମ ପକ୍ରିୟା ଠିକ ରଖିଥାଏ- ପେଟ ଜନିତ କୌଣସି ପ୍ରକାରର ସମସ୍ୟା ଲାଗି ରହୁଥିଲେ ଏହାକୁ ଠିକ କରିଥାଏ ଚିଆ ସିଡ। ଗ୍ୟାସ, କୋଷ୍ଠକାଠିନ୍ୟ, ହଜମ ନ ହେବା ଭଳି ସମସ୍ୟାକୁ ଚିଆ ସିଡ୍ ସେବନ କରିବା ଦ୍ୱାରା ସମାପ୍ତ ହୋଇଥାଏ। ଆପଣମାନେ ରାତିରେ ଏହାକୁ ଏକ ଗ୍ଲାସ ପାଣିରେ ଭିଜାଇ ସକାଳେ ପିଇପାରିବେ। ପ୍ରତ୍ୟେକ ଦିନ ଚିଆ ସିଡର ସେବନ ଦ୍ୱାରା ଆପଣ ଅନେକ ଉପକାର ପାଇପାରିବେ।

Get real time updates directly on you device, subscribe now.