fbpx

ଟିକାର ପ୍ରଥମ ଡୋଜ ପରେ ପଜିଟିଭ୍ ହେଲେ, କେତେଦିନ ପରେ ନେବେ ଦ୍ୱିତୀୟ ଡୋଜ୍ ? ଜାଣନ୍ତୁ

ନୂଆଦିଲ୍ଲୀ,୨୩ ।୪: ଦେଶରେ ଦୈନିକ କରୋନା ପଜିଟିଭ୍ ସଂଖ୍ୟା ୩ ଲକ୍ଷରୁ ଉପରକୁ ପହଞ୍ଚିଛି । ଏହାର ମୁକାବିଲା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଟିକାକରଣକୁ ଗୁରୁତ୍ୱ ଦିଆଯାଇଛି । ଏବେ ୧୮ବର୍ଷରୁ ଅଧିକ ସମସ୍ତ ଜନସାଧାରଣଙ୍କୁ ଟିକା ଦିଆଯିବ । ବର୍ତ୍ତମାନ ସମସୟରେ ଟିକା ନେବା ପରେ କରୋନା ପଜିଟିଭ୍ ହେବା କାରଣରୁ ଅନେକ ସମସ୍ୟା ଉପୁଜିଛି ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଦ୍ୱାରା ସ୍ପଷ୍ଟ ହୋଇଛି ଯେ, ଦେଶରେ କୋଭିସିଲ୍ଡ ଏବଂ କୋଭାକ୍ସିନର ଡୋଜ୍ ନେବା ପରେ ସାରା ଦେଶରେ ୨୫ ହଜାରରୁ ଅଧିକ ଲୋକ କରୋନାର ଶିକାର ହୋଇଛନ୍ତି । ଦେଶରେ ପ୍ରାୟ ୧୧ କୋଟି ଲୋକ କୋଭିସିଲ୍ଡ ଟିକା ନେଇଛନ୍ତି । ସେମାନଙ୍କ ମଧ୍ୟରୁ ପ୍ରଥମ ଡୋଜ ନେବା ପରେ ୧୭,୧୪୫ ଏବଂ ଦ୍ୱିତୀୟ ଡୋଜ୍ ପରେ ୫୦୧୪ ଲୋକ କରୋନା ପଜିଟିଭ୍ ହୋଇଥିଲେ । ଏଭଳି ପରିସ୍ଥିତିରେ ଟିକାକରଣର ସୁରକ୍ଷାକୁ ନେଇ ଅନେକ ପ୍ରଶ୍ନ ଉଠିଛି ।

ଯଦିଓ ପ୍ରଥମ ଡୋଜ ନେବା ପରେ ଅଧିକାଂଶ ମାମଲା ସାମ୍ନାକୁ ଆସିଛି । ଟିକାର ପ୍ରଥମ ଡୋଜ ନେବା ପରେ ଯଦି ଜଣେ ବ୍ୟକ୍ତି କୋଭିଡ ପଜିଟିଭ ହୋଇଯାଏ, ତା’ହେଲେ କେତେ ଦିନ ପରେ ସେ ଦ୍ୱିତୀୟ ଡୋଜ ନେଇ ପାରିବ ବୋଲି ପ୍ରଶ୍ନ ଉଠୁଛି । ଏହି ପ୍ରଶ୍ନର ଉତ୍ତର ଦେବାକୁ ଯାଇ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି ଯେ, ପ୍ରଥମ ଡୋଜ ନେବା ପରେ ଯଦି ଜଣେ ବ୍ୟକ୍ତି କୋଭିଡ ପଜିଟିଭ ହୁଅନ୍ତି, ତେବେ ପ୍ରଥମ ଟିକାର ଆଠ ସପ୍ତାହ ବା ଦୁଇ ମାସ ପରେ ଦ୍ୱିତୀୟ ଡୋଜ ନେବା ଉଚିତ୍ ।

Get real time updates directly on you device, subscribe now.