ସ୍ଲିମ୍ ଟ୍ରିମ୍ ଫିଗର୍ ଚାହୁଁଛନ୍ତି କି? କରନ୍ତୁ ଏହି ୫ଟି ଯୋଗାସନ

ଓଡ଼ିଶା ଭାସ୍କର ବ୍ୟୁରୋ: ସ୍ଲିମ୍ ଟ୍ରିମ୍ ଫିଗର୍ ପାଇବାକୁ ଆଜିକା ସମୟରେ ସମସ୍ତେ ଚାହାନ୍ତି । ସବୁ ଝିଅ ବଲିଉଡ୍ ସେଲିବ୍ରିଟି ମାନଙ୍କ ପରି ଫିଟ୍ ଓ ସ୍ଲିମ୍ ଫିଗର୍ ପାଇବାକୁ ଇଚ୍ଛା ପ୍ରକାଶ କରନ୍ତି । ତେବେ ଆପଣ ମାନେ ଜାଣିଥିବେ ସ୍ଲିମ୍ ଫିଗର୍ ପାଇବା ପାଇଁ ବ୍ୟାୟାମ ଓ ଯୋଗ ନିହାତି କରିବାକୁ ପଡ଼ିଥାଏ । କିନ୍ତୁ ଅଳସ ଓ ସମୟର ଅଭାବ କାରଣରୁ କେହି ବି ଏସବୁ କରିପାରନ୍ତି ନାହିଁ । ଦୈନାନ୍ଦିନ ଜୀବନରେ ବ୍ୟସ୍ତତା କାରଣରୁ ଫିଜିକାଲ୍ ଆକ୍ଟିଭିଟି ଉପରେ ଆଜି କାଲିକା ପିଢ଼ି ଧ୍ୟାନ ଦେଇପାରନ୍ତି ନାହିଁ ।

ଆଉ ଫଳସ୍ୱରୂପ ମୋଟାପଣ ବଢ଼ି ବଢ଼ି ଚାଲେ ଓ ମେଦବହୁଳତା କ୍ରମଶଃ ବୃଦ୍ଧି ପାଏ । ଖରାପ ଲାଇଫଷ୍ଟାଇଲ୍ ଏବଂ ବ୍ୟାୟାମରେ ନ କରିବା କାରଣରୁ ହିପ୍ସ, ଜଙ୍ଘ ଏବଂ ପେଟରେ ଚର୍ବି ବଢ଼ିଯାଏ । ଫଳରେ ବଡି ସେପ୍ ଖରାପ ହୋଇଯାଏ । ତେବେ ଯଦି ଆପଣ ବଲିଉଡ୍ ସେଲେବ୍ ମାନଙ୍କ ପରି ସ୍ଲିମ୍ ଫିଗର୍ ଚାହୁଁଛନ୍ତି ତାହେଲେ ଆପଣଙ୍କୁ କିଛି ଯୋଗାସନ କରିବା ନିହାତି କରିବା ଦରକାର । ଚାଲନ୍ତୁ ଜାଣିବା ପାଞ୍ଚଟି ସହଜ ଯୋଗାସନ ସମ୍ପର୍କରେ ।

୧. ଉକ୍ରଟାସନ

ଏହି ଆସନ କରିବା ଦ୍ୱାରା ହିପ୍ସ ଓ ଜଙ୍ଘର ମାଂସପେଶୀର ହେଉଥିବା ବିନ୍ଧାଟଣା ଦୂର ହୋଇଯାଏ ଓ ଧୀରେ ଧୀରେ ଚର୍ବି ବି କମିଯାଇଥାଏ । ଏହାଛଡା ନିୟମିତ ଏହାକୁ କରିବା ଦ୍ୱାରା ଏହିସବୁ ସ୍ଥାନର ମାଂସାପେଶୀ ମଜବୁତ୍ ହୋଇଥାଏ ।

୨. ବୀରଭଦ୍ରାସନ

ଏହି ଆସନଟିକୁ ଆପଣଙ୍କୁ ପାଦ ଦ୍ୱାରା କରିବାକୁ ପଡ଼ିଥାଏ ଏବଂ ଇନର୍ ଥାଇଜ୍ (ଜଙ୍ଘ) ପାଇଁ ହୋଇଥାଏ । ଏହା ଗୋଡର ଚର୍ବିକୁ ହ୍ରାସ କରିଥାଏ ଏବଂ ମାଂସପେଶୀକୁ ଶକ୍ତିଶାଳୀ କରିଥାଏ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏଥିରେ ଉଭୟ ଗୋଡର ଏକାସାଙ୍ଗରେ ବ୍ୟାୟାମ ହୋଇଯାଏ ।

୩. ନଟରାଜାସନ

ଏଥିରେ ହିପ୍ସରେ କାମ କରିବାକୁ ପଡ଼େ ଯଦ୍ୱାରା ହିପ୍ସକୁ ଭଲ ସେପ୍ ମିଳିଥାଏ । ଏହାକୁ ଲଗାତର କରିବା ଦ୍ୱାରା ଭିତର ଓ ବାହାର ଜଙ୍ଘକୁ ମଜବୁତ୍ ହୋଇଥାଏ ଓ ଭିତର ଏବଂ ବାହାର ଜଙ୍ଘରୁ ଚର୍ବି କମିଥାଏ ।

୪. ନୌକାସନ

ଏହା ଏକ ଖୁବ୍ ସହଜ ଆସନ । ଏହାକୁ କରିବା ଦ୍ୱାରା ଆପଣଙ୍କ ଆବ୍ସ ଓ ଇନର୍ ଥାଇ ଟୋନ୍ ହୋଇଥାଏ । ଅର୍ଥାତ୍ ସେପ୍ କୁ ଆସିଥାଏ । ଏହି ଆସନରେ ଆପଣଙ୍କୁ ହାତ ସାହାଯ୍ୟରେ ପାଦର ଆଙ୍ଗଠିକୁ ଧରିବାକୁ ପଡ଼େ । ଅଧିକ ଲାଭ ପାଇବାକୁ ଆପଣଙ୍କୁ ଏହି ଆସନକୁ ବେଶୀ ସମୟ ପର୍ଯ୍ୟନ୍ତ କରିବାକୁ ପଡ଼େ ।

୫. ପୂର୍ବୋତାନାସନ୍

ଏହା କରିବା ଦ୍ୱାରା କାନ୍ଧ, ପିଠି, ବାହୁ, ମଣିବନ୍ଧ ଉପରେ ଚାପ ପଡ଼ିଥାଏ । ଯଦ୍ୱାରା ଏହି ସବୁ ଅଙ୍ଗ ମଜବୁତ୍ ହୋଇଥାଏ । ହାତକୁ ଚଟାଣରେ ରଖି କରିବାକୁ ପଡ଼େ । ଏଥିରେ ପାଦ ଓ ହାତ ଦ୍ୱାରା ଶରୀରକୁ ଧରି ରଖିବାକୁ ପଡ଼େ ।