ଭୁବନେଶ୍ୱର,୨୫।୧୧(ଓଡିଶା ଭାସ୍କର): IFS ଅଭୟକାନ୍ତ ପାଠକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଛି ।୧୯୮୭ ବ୍ୟାଚ୍ର IFS ଅଭୟ ଅତିରିକ୍ତ PCCF ଅଛନ୍ତି । ଓଡ଼ିଶା ସମେତ ମହାରାଷ୍ଟ୍ର ଓ ବିହାରରେ ଏକକାଳୀନ ଚଢ଼ାଉ ହୋଇଛି । କେନ୍ଦ୍ରୀୟ ସଂସ୍ଥାର ସୂଚନା କ୍ରମେ ଭିଜିଲାନ୍ସ ଚଢ଼ାଉ କରିଛି । ଓଡ଼ିଶାର ୪ଟି, ମହାରାଷ୍ଟ୍ରର ୩ଟି ଓ ବିହାରର ୩ଟି ସ୍ଥାନରେ ଚଢ଼ାଉ ହୋଇଥିବା ସୂଚନା ମିଳିଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି ।
ତେବେ ଲକଡାଉନ ସମୟରେ ବିଭିନ୍ନ ସ୍ଥାନକୁ ଚାଟାର୍ଡ ପ୍ଲାଇଟରେ ଯାଇଥିଲେ ଅଭୟକାନ୍ତ । ଭୁବନେଶ୍ବରରୁ ପୁଣେ, ଭୁବନେଶ୍ବରରୁ ମହାରାଷ୍ଟ୍ର ଯାଇଥିଲେ ଅଭୟକାନ୍ତ । ଭୁବନେଶ୍ବରରୁ ଦିଲ୍ଲୀ ଓ ଭୁବନେଶ୍ବରରୁ ପାଟଣା ଯାଇଥିଲେ ଅଭୟକାନ୍ତ । ଥରେ ଚାଟାର୍ଡ ପ୍ଲାଇଟରେ ଗଲେ ୧୫ରୁ ୨୫ ଲକ୍ଷ ଟଙ୍କା ଦେୟ ଦେବାକୁ ପଡ଼ିଥାଏ । ଅଭୟକାନ୍ତଙ୍କ ସହ ତାଙ୍କ ପୁଅ ଆକାଶ ପାଠକ ମଧ୍ୟ ଯାଇଥିଲେ ।