Breaking: ପୁଣି କଟକରୁ ଆସିଲା ଚାଞ୍ଚଲ୍ୟକର ଘଟଣା: ବେଆଇନ ବନ୍ଧୁକ କାରଖାନା ଠାବ କଲା କ୍ରାଇମବ୍ରାଞ୍ଚ, ୪ ଗିରଫ

କଟକ: କଟକ ବୟାଳିଶ ମୌଜାରେ ବନ୍ଧୁକ କାରଖାନା ଠାବ । ବେଆଇନ ବନ୍ଧୁକ କାରଖାନା ଉପରେ ଚଢ଼ାଉ କରାଯାଇଛି ।

କ୍ରାଇମବ୍ରାଞ୍ଚ ଏସଟିଏଫ ପକ୍ଷରୁ ଏହି ଚଢ଼ାଉ କରାଯାଇଛି । ଘଟଣାରେ ସମ୍ପୃକ୍ତି ନେଇ ୪ ଜଣଙ୍କୁ ଗରଫ କରାଯାଇଛି ।

କାରଖାନାରୁ ବିପୁଳ ପରିମାଣର ବନ୍ଧୁକ ଜବତ କରିଛି କ୍ରାଇମବ୍ରାଞ୍ଚ । ବତ୍ତର୍ମାନ ସୁଦ୍ଧା କ୍ରାମଇବ୍ରାଞ୍ଚର ତନାଘନା ଜାରି ରହିଛି ।

ବିଗତ ଦିନରୁ ବେଆଇନ ବନ୍ଧୁକ କାରଖାନା ଚାଲିଆସୁଥିଲା । କଟକଠାରୁ ଆରମ୍ଭ କରି ଭୁବନେଶ୍ୱର ପର୍ଯ୍ୟନ୍ତ ଲୋକଙ୍କ ପାଖରେ ବେଆଇ ବନ୍ଧୁକ ମହଜୁଦ ରହିଛି । ।
ଆଗକୁ ଗିରଫ ସଂଖ୍ୟା ବୃଦ୍ଧି ନେଇ ଆଶଙ୍କା ।

ଆଗରୁ ପୁଳା ପୁଳା ନକଲି ଜିନିଷ ପାଇଁ କଟକ ଚର୍ଚ୍ଚାରେ ଥିବାବେଳେ ଏବେ ବେଆଇନ୍ ବନ୍ଧୂୁକ କାରଖାନା ଠାବ କରାଯାଇଛି ।