fbpx

“ଧୋନୀଙ୍କ ବିନା CSKର କରନ୍ତୁ କଳ୍ପନା’: ଜାଣନ୍ତୁ କିଏ ଏବଂ କାହିଁକି କଲେ ଏହି ଭାଇରାଲ କମେଣ୍ଟ

ନୂଆଦିଲ୍ଲୀ: ଚଳିତ ସିଜନରେ ଚେନ୍ନାଇ ସୁପର କିଙ୍ଗସର ଖୁବ ନିରାଶଜନକ ରହିଛି । ଫଳରେ ପ୍ଲେଅଫରୁ ନିଜ ସ୍ଥାନ ହରାଇ ସାରିଛି ଧୋନୀବାହିନୀ । କିନ୍ତୁ ଏମିତି ପ୍ରଦର୍ଶନ ପରେ ମଧ୍ୟ ଦଳ ପ୍ରତି ଏବଂ ଧୋନୀଙ୍କ ପ୍ରତି ଲୋକଙ୍କ ଭଲ ପାଇବା ଏବଂ ସମର୍ଥନ ପୂର୍ବପରି ରହିଛି । ଏହି ସମୟରେ ଧୋନୀଙ୍କୁ ନେଇ ଏକ ପୋଷ୍ଟ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ କରାଯାଇଛି । ଯେଉଁଥିରେ ଗୋଟିଏ କମେଣ୍ଟ ଖୁବ ଭାଇରାଲ ହେବାରେ ଲାଗିଛି । ଏହି କମେଣ୍ଟରେ ଧୋନୀଙ୍କ ବିନା ଚେନ୍ନାଇ ସୁପର କିଙ୍ଗସ ଦଳକୁ କଳ୍ପନା କରିବା ପାଇଁ କମେଣ୍ଟ ହୋଇଛି ।

IPL: CSK fans demand retention of MS Dhoni and Suresh Raina amid reports of new rules for mega auction | Cricket News | Zee News

ଏମିତି ଏକ କମେଣ୍ଟ କରିଛନ୍ତି ଧୋନୀଙ୍କ ଘନିଷ୍ଠ ବନ୍ଧୁ ତଥା ପୂର୍ବତନ ସାଥୀ ଖେଳାଳି ସୁରେଶ ରାଇନା । ଧୋନୀଙ୍କ ଫଟୋ ଶେୟାର କରି ସିଏସକେ ତରଫରୁ ଲେଖାଯାଇଛି,” ଯେବେ ବି ଧୋନୀ ପଡିଆକୁ ଓହ୍ଲାଇଥାନ୍ତି, ଲୋକ ଧୋନୀ ଧୋନୀ କହି ଚିଅର କରିଥାନ୍ତି । ଏହାଠାରୁ ବଡ ଉପଲବ୍ଧି ଆଉ କିଛି ନାହିଁ ।” ତେବେ ଏହାର କମେଣ୍ଟରେ ରାଇନା ଲେଖିଥିଲେ ଯେ “ଧୋନୀଙ୍କ ବିନା ଥରେ CSKର କଳ୍ପନା କରନ୍ତୁ ।” ତେବେ ଏହା ଚିନ୍ତା କରିବା ବି କୌଣସି ପ୍ରଶଂସକ ପାଇଁ କଷ୍ଟକର ନିଶ୍ଚିତ ।

୨୦୦୮ ମସିହାରେ ଧୋନୀ ଏହି ଫ୍ରାଞ୍ଚାଇଜି ସହ ଯୋଡି ହୋଇଥିଲେ । ତାଙ୍କ ଅଧୀନରେ ଦଳ ୪ଟି ଟ୍ରପି ନିଜ ନାମରେ କରିବା ସହ ୧୩ ସିଜନରେ୧୧ ଥର ପ୍ଲେଅଫ ପାଇଁ ଉନ୍ନୀତ ହୋଇଛି । ତେବେ ଧୋନୀଙ୍କର ଏହି ଯାତ୍ରାରେ ତାଙ୍କର କୁବ ସାଥ ଦେଇଛନ୍ତି ସୁରେଶ ରାଇନା । ୨୦୨୦ ଅଗଷ୍ଟରେ ଆନ୍ତର୍ଜାତିକ କ୍ରିକେଟରୁ ଧୋନୀ ଅବସର ଘୋଷଣା କରିବା ପରେ ତୁରନ୍ତ ନିଜ ଅବସର ନେଇ ସୂଚନା ଦେଇଥିଲେ ଚିନ୍ନା ଥାଲା ।

Get real time updates directly on you device, subscribe now.