fbpx

ମମିତା ହତ୍ୟା ମାମଲାରେ ନୂଆ ମୋଡ଼; ମିଳିଲା ଗୁରୁତ୍ୱପୂର୍ଣ୍ଣ ତଥ୍ୟ

କଳାହାଣ୍ଡି(ଓଡ଼ିଶା ଭାସ୍କର): କଳାହାଣ୍ଡି ମହାଲିଙ୍ଗ ସନସାଇନ୍ ପବ୍ଲିକ୍ ସ୍କୁଲ ଶିକ୍ଷୟତ୍ରୀ ମମିତା ମେହେର ହତ୍ୟା ଘଟଣାରେ ପୁଣି ସାମ୍ନାକୁ ଆସିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ । ଦୋକାନୀ ବିବେକ ଅଗ୍ରୱାଲ ନାମକ ବ୍ୟକ୍ତିଙ୍କ ୧୬୧ ବୟାନରୁ ଖୋଲିଛି ଆଉ ଏକ ଗୁମର । ମିଳିଥିବା ତଥ୍ୟ ମୁତାବକ, ମମିତାଙ୍କ ଶବ ପୋଡ଼ିବାକୁ ବ୍ୟବହୃତ ଟାୟାର ଦେଇଥିଲେ ବିବେକ । ମମିତାଙ୍କୁ ହତ୍ୟା ପରେ ବିବେକଙ୍କୁ ଫୋନ୍ କରିଥିଲା ଗୋବିନ୍ଦ । ସେ ଗତ ୮ ତାରିଖ ମଧ୍ୟାହ୍ନ ପ୍ରାୟ ୧୨ଟା ୩୦ରେ ଫୋନ୍ କରିଥିଲା । ଡ୍ରାଇଭର ରାଧେଶ୍ୟାମ ଚଣ୍ଡି ଯାଇ ୨ଟି ଟାୟାର ଆଣିବ ବୋଲି କହିଥିଲା । ଦିନ ପ୍ରାୟ ସାଢ଼େ ୩ଟାରେ ବିବେକଙ୍କଠାରୁ ଟାୟାର ଆଣିଥିଲା ରାଧେଶ୍ୟାମ ।

ଅନ୍ୟପଟେ ଏହି ହତ୍ୟା ମାମଲାରେ ଫୋରେନ୍ସିକ ଲ୍ୟାବକୁ ଯାଇଛି ୭୦ଟି ସିଜର ସାମଗ୍ରୀ । ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦର ନଖ, ଚୁଟି ଓ ରକ୍ତ ନମୁନା ପଠାଯାଇଛି । ମୃତ ମମିତାଙ୍କ ଅସ୍ଥି, ମାଂସ, ବ୍ୟଗେ ଆଦି ଫୋରେନ୍ସିକ ଲ୍ୟାବକୁ ପଠାଯାଇଛି ।

ତେବେ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପଲଟିଥିବା ମହଲିଙ୍ଗ ସନସାଇନ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟାକାଣ୍ଡ ଘଟଣାର ଅନେକ ଦିଗରେ ପୁଲିସ ତଦନ୍ତ ଜାରି ରଖିଛି। ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଏବଂ ସହଯୋଗୀ ରାଧେଶ୍ୟାମ ଚଣ୍ଡୀକୁ ଗିରଫ କରି ଜେଲ ହାଜତରେ ରଖିଛି।

Get real time updates directly on you device, subscribe now.