fbpx
BJD SKY
BJD SKY

ଆସ୍ଥା ଭୋଟରେ ଜିତିଲେ ଇମ୍ରାନ

BJD

ଇସଲାମବାଦ: ପାକିସ୍ତାନ ସଂସଦରେ ଆସ୍ଥା ଭୋଟରେ ଜିତିଛନ୍ତି ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ । ଇମ୍ରାନଙ୍କ ସପକ୍ଷରେ ୧୭୮ ଜଣ ମତ ଦେଇଥିବା ସୂଚନା ମିଳିଛି । ୩୪୨ ଆସନ ବିଶିଷ୍ଟ ନିମ୍ନ ସଦନରେ ମ୍ୟାଜିକ ନମ୍ବର ୧୭୨ ରହିଥିବା ବେଳେ ଇମ୍ରାନ ସେଥିରେ ବାଜି ମାରିଛନ୍ତି । ଆସ୍ଥାଭୋଟ ଆଗରୁ କକ୍ଷତ୍ୟାଗ କରିଥିଲେ ବିରୋଧୀ ମେଣ୍ଟ ପିଡିଏମ । ସିନେଟ ନିର୍ବାଚନରେ ଅର୍ଥମନ୍ତ୍ରୀ ଅବଦୁଲ ହାଫିଜ ଶେଖ ପରାସ୍ତ ହୋଇଥିଲେ । ନିମ୍ନ ସଦନରେ ସମର୍ଥନ ପ୍ରଦର୍ଶନ ପାଇଁ ଆସ୍ଥାଭୋଟ ଲୋଡିଥିଲେ ଇମ୍ରାନ ।

ସମ୍ବିଧାନର ଅନୁଚ୍ଛେଦ ୯୧(୭) ଅନୁସାରେ ବହୁମତ ପାଇଁ ନ୍ୟାସନାଲ ଆସେମ୍ବଲିର ୧୭୨ ସାଂସଦଙ୍କ ସମର୍ଥନ ଦରକାର ରହିଛି। ତେବେ ଏନ୍ଏ-୭୫ ସିଟ୍ ଖାଲି ହେବା କାରଣରୁ ଇମ୍ରାନ୍ ସରକାରଙ୍କୁ ସଂଖ୍ୟା ଗରିଷ୍ଠତା ପାଇଁ ୧୭୧ ଜଣ ସାଂସଦଙ୍କ ସମର୍ଥନ ଦରକାର ଥିଲା। କିନ୍ତୁ ଭୋଟିଂ ବେଳେ ତାଙ୍କ ପକ୍ଷରେ ୧୭୮ଟି ଭୋଟ୍ ମିଳିଛି।

Get real time updates directly on you device, subscribe now.