fbpx

ଘର ତିଆରି କରୁଥିବା ଲୋକଙ୍କ ପାଇଁ ଖୁସିଖବର: କୋଡିଏ ଦିନରେ ୧୫ ହଜାର ଟଙ୍କା ଶସ୍ତା ହେଲା ଲୁହାରଡ୍, ସିମେଣ୍ଟ ବି ୨୭୫ ଟଙ୍କାରେ…

ନୂଆଦିଲ୍ଲୀ: ଘର ତିଆରି କରିବାକୁ ଯୋଜନା କରୁଥିବା ଲୋକଙ୍କ ପାଇଁ ଆସିଛି ଖୁସି ଖବର । ଏବେ ଘର ତିଆରି ସାମଗ୍ରୀର ଦାମ୍ ଲଗାତାର କମିବାରେ ଲାଗିଛି । ଗତକିଛି ଦିନରେ ଲୁହା ରଡ୍ ଟନ୍ ପିଛା ୧୫ ହାଜର ଟଙ୍କ ଶସ୍ତା ହୋଇଥିବା ବେଳେ ସିମେଣ୍ଟ ବି ବୋରି ପିଛା ୨୭୫ ଟଙ୍କାରେ ପହଞ୍ଚିଛି ।

ଆଜିକାଲି କାରଖାନାଗୁଡ଼ିକରେ ଲୁହା ରଡ୍ ଟନ୍ ପିଛା ୬୦ ହଜାର ଟଙ୍କାରେ ବିକ୍ରି ହେଉଛି ଏବଂ ଖୁଚୁରା ବଜାରରେ ଏହା ଟନ୍ ପିଛା ୬୨ ରୁ ୬୩ ହଜାର ଟଙ୍କା ପର୍ଯ୍ୟନ୍ତ ବିକ୍ରି ହେଉଛି । ଏହିପରି ଭାବେ ଲୁହା ରଡର ମୂଲ୍ୟ ୧୫ ପ୍ରତିଶତରୁ ଅଧିକ ହ୍ରାସ ପାଇଛି । ବ୍ୟବସାୟୀମାନେ କହିଛନ୍ତି ଯେ, ଆଗାମୀ ଦିନରେ ସେଗୁଡିକର ମୂଲ୍ୟରେ ଆହୁରି ହ୍ରାସ ହେବାର ସଙ୍କେତ ରହିଛି ।

ତେବେ ରାଜ୍ୟରେ ସରକାରୀ କାମର ଗତି ବନ୍ଦ ଓ କଞ୍ଚାମାଲ ରପ୍ତାନି ଉପରେ ଟିକସ ଲାଗିବା କାରଣରୁ ଲୁହାରଡ୍ ଦାମ ହ୍ରାସ ପାଉଥିବା କୁହାଯାଉଛି । ଆଗାମୀ କିଛି ଦିନ ମଧ୍ୟରେ ଖୁଚୁର ମାର୍କେଟରେ ଲୁହା ରଡ୍ ଟନ୍ ପିଛା ୬୦ ହଜାର ଟଙ୍କାରୁ କମ୍ ହେବାର ଆଶା ରହିଛି ।

ସିମେଣ୍ଟ ଏବଂ ଲୁହାରଡର ଆକାଶଛୁଆଁ ମୂଲ୍ୟ ଯୋଗୁୁଁ ଗତ ତିନି ମାସ ମଧ୍ୟରେ ନିର୍ମାଣ ସାମଗ୍ରୀର ବ୍ୟବସାୟ ୬୦ ପ୍ରତିଶତ ହ୍ରାସ ପାଇଛି । ନିର୍ମାଣ ସାମଗ୍ରୀର ବ୍ୟବସାୟ ସହିତ ଶିଳ୍ପଗୁଡିକର ଅବସ୍ଥା ମଧ୍ୟ ଶୋଚନୀୟ ହୋଇଛି ।

Get real time updates directly on you device, subscribe now.