fbpx

IND Vs ENG 3rd Test: ରାଜକୋଟରେ ପ୍ରଥମ ଟେଷ୍ଟ, କମବ୍ୟାକ୍ କରିବେ ଜାଡେଜା-ରାହୁଲ !

Advertisement

ନୂଆଦିଲ୍ଲୀ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୫ଟି ମ୍ୟାଚ୍ ବିଶିଷ୍ଟ ୩ୟ ଟେଷ୍ଟ ସିରିଜ ରାଜକୋଟରେ ଖେଳାଯିବ । ଏନେଇ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ଼(BCCI) ଖୁବ ଶୀଘ୍ର ଦଳର ଘୋଷଣା କରିପାରେ । ଏହି ମ୍ୟାଚରେ ବିରାଟ କୋହଲିଙ୍କ ଖେଳିବା ନେଇ ଆଶଙ୍କା ଦେଖାଦେଇଛି । ଅପରପକ୍ଷରେ ଆଘାତ କାରଣରୁ ୨ୟ ମ୍ୟାଚରୁ ବାଦ୍ ପଡ଼ିଥିବା ରବିନ୍ଦ୍ର ଜାଡେଜା ଏବଂ କେଏଲ ରାହୁଲ ୩ୟ ମ୍ୟାଚରେ କମବ୍ୟାକ୍ କରିବା ନେଇ ଚର୍ଚ୍ଚା ହେଉଛି ।

ସୂଚନାରୁ ପ୍ରକାଶ ଯେ ବିରାଟ କୋହଲି ବ୍ୟକ୍ତିଗତ କାରଣ ଦର୍ଶାଇ ପ୍ରଥମ ୨ଟି ମ୍ୟାଚ୍ ଖେଳିନଥିଲେ । ବର୍ତ୍ତମାନ ୩ୟ ମ୍ୟାଚରେ ଖେଳିବା ନେଇ ସେ BCCIକୁ କୌଣସି ସୂଚନା ଦେଇ ନାହାନ୍ତି । ଭାରତୀୟ ଦଳକୁ ଫେରିବା ନେଇ ବିରାଟ ନିଷ୍ପତ୍ତି ନେବେ । ସେ ଯେବେ ଖେଳିବାର ନିଷ୍ପତ୍ତି ନେବେ ସେତେବେଳେ ତାଙ୍କୁ ଦଳରେ ସାମିଲ କରାଯିବ । ଅପରପକ୍ଷରେ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଏବଂ କେଏଲ୍ ରାହୁଲ ପ୍ରଥମ ଟେଷ୍ଟରେ ଭଲ ପ୍ରଦର୍ଶନ କରିଥିଲେ । ପ୍ରଥମ ଇନିଂସରେ ରାହୁଲ ୧୨୩ ବଲରେ ୮୬ ରନ୍ ହାସଲ କରିଥିଲେ । ସେହିପରି ଜାଡେଜା ୧୮୦ଟି ବଲରେ ୮୭ ରନ୍ କରିଥିଲେ । ଏହା ସହ ସେ ପ୍ରଥମ ଇନିଂସରେ ୩ଟି ୱିକେଟ ଏବଂ ଦ୍ୱିତୀୟ ଇନିଂସରେ ୨ଟି ୱିକେଟ ନେବାରେ ସଫଳ ହୋଇଥିଲ । BCCI ଖୁବ୍ ଶୀଘ୍ର ଆଗାମୀ ୩ଟି ମ୍ୟାଚ୍ ପାଇଁ ଦଳର ଚୟନ କରିବ । ଏଥିରେ ଏହି ଦୁଇ ରାହୁଲ ଓ ଜାଡେଜାଙ୍କୁ ଦେଖିବାକୁ ମିଳିପାରେ । ଏନେଇ ଭାରତୀୟ ଦଳ ଓ ପ୍ରଶଂସକଙ୍କ ମଧ୍ୟରେ ଉତ୍ସୁକତା ଦେଖିବାକୁ ମିଳିଛି ।

Get real time updates directly on you device, subscribe now.