fbpx

IND vs ENG: ଅର୍ଧଶତକ ପରେ ଧ୍ରୁବ ଜୁରେଲ ପିତାଙ୍କୁ କଲେ ସାଲ୍ୟୁଟ୍‌, ଭିଡ଼ିଓ ଭାଇରାଲ

ରାଞ୍ଚି: ଆଜି ଭାରତ ଏବଂ ଇଲଂଣ୍ଡ ମଧ୍ୟରେ ୫ଟି ମ୍ୟାଚ୍ ବିଶିଷ୍ଟ ୪ର୍ଥ ମ୍ୟାଚ୍ ରାଞ୍ଚିଂରେ ଖେଳାଯାଉଛି । ପ୍ରଥମେ ଟସ୍ ଜିତି ଇଂଲଣ୍ଡ ଦଳ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଥିଲା । ପ୍ରଥମ ଇନିଂସରେ ଭାରତ ୩୦୭ ରନରେ ଅଲଆଉଟ୍ ହୋଇଥିଲା । ଫଳରେ ଭ୍ରମଣକାରୀ ଦଳ ଇଂଲଣ୍ଡକୁ ୪୬ ରନର ଲିଡ୍ ମିଳିଛି । ପ୍ରଥମ ଇନିଂସରେ ଇଂଲଣ୍ଡ ୩୫୩ ରନ୍ କରି ଅଲଆଉଟ୍ ହୋଇଥିଲା । ଭ୍ରମଣକାରୀ ଦଳ ପକ୍ଷରୁ ଜୋ ରୁଟ୍ ୧୨୨ ରନ୍ କରି ଅପରାଜିତ ଥିଲେ ।

ଭାରତ ଏବଂ ଭ୍ରମଣକାରୀ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ୫ଟି ମ୍ୟାଚ୍ ବିଶିଷ୍ଟ ୪ର୍ଥ ମ୍ୟାଚରେ ଭାରତୀୟ ଦଳର ୱିକେଟ ରକ୍ଷକ ଧ୍ରୁବ୍ ଜୁରେଲଙ୍କ ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ଧ୍ରୁବ ଜୁରେଲ ସର୍ବାଧିକ ୯୦ ରନ୍ ସଂଗ୍ରହ କରିଥିବା ବେଳେ ଯଶସ୍ୱୀ ଜୈସୱାଲ ଅର୍ଧଶତକୀୟ ଇନିଂସ ଖେଳିଥିଲେ । ଇଂଲଣ୍ଡ ଦଳର ବ୍ୟାଟର ରବିନସନ୍ ୫୮ ରନର ଅର୍ଧଶତକୀୟ ଇନିଂସ ଖେଳିଥିଲେ । ସେହିପରି ବେନ୍ ଫେ୍‌ାକ୍ସ ୪୭ ରନ୍ କରିଥିବାବେଳେ ଜାକ୍ କ୍ରୋଲି ବ୍ୟକ୍ତିଗତ ଭାବେ ୪୨ ରନ୍ ସଂଗ୍ରହ କରିଥିଲେ । ଟିମ୍ ଇଣ୍ଡିଆ ପକ୍ଷରୁ ରବିନ୍ଦ୍ର ଜାଡେଜା ସର୍ବାଧିକ ୪ଟି ୱିକେଟ୍ ଅକ୍ତିଆର କରିଥିଲେ । ତେବେ ପ୍ରଥମ ଇନିଂସରେ ଭାରତୀୟ ଦଳ ପକ୍ଷରୁ ସଂଘର୍ଷ କରିବାକୁ ପଡ଼ିଥିଲା । ରୋହିତ ଶର୍ମା, ରଜତ ପାଟିଦାର, ରବିନ୍ଦ୍ର ଜାଡେଜା ଏବଂ ସରଫରାଜ ଖାନଙ୍କ ଭଳି ଖେଳାଳି ଅଧିକ ରନ୍ ସଂଗ୍ରହ କରିବାରେ ବିଫଳ ହୋଇଥିଲେ । ଅପରପକ୍ଷରେ ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଧ୍ରୁବ ଜୁରେଲ ଅର୍ଧଶତକ ହାସଲ କରିବାରେ ସଫଳ ହୋଇଥିଲେ । ଏହା ପରେ ସେ ତାଙ୍କ ପିତାଙ୍କୁ ସାଲ୍ୟୁଟ୍ କରିଥିଲେ । ୧୯୯୯ ।ମସିହାରେ ଜୁରେଲଙ୍କ ପିତା ନେମ୍ ଚନ୍ଦ କାର୍ଗିଲ ଯୁଦ୍ଧ ଲଢ଼ିଥିଲେ । ଏହା ପରେ ଜୁରେଲଙ୍କୁ ଭାରତୀୟ ଟିମର ଅଂଶବିଶେଷ ହେବା ପାଇଁ ଅନେକ ସଂଘର୍ଷର ସାମ୍ନା କରିବାକୁ ପଡ଼ିଥିଲା । ବର୍ତ୍ତମାନ ଜୁରେଲଙ୍କ ଅର୍ଧଶତକ ପରର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି

Get real time updates directly on you device, subscribe now.